ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଆସନ୍ତା ୬ରୁ ହବିଷ୍ୟାଳୀଙ୍କ ପାଇଁ ଅନଲାଇନ ଆବେଦନ ଆରମ୍ଭ

0

ପୁରୀ: ଆଗକୁ କାର୍ତ୍ତିକ ମାସ । ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା। କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ପ୍ରତିବର୍ଷ ଏନେଇ ହବିଶ୍ୟାଳୀମାନେ ଆବେଦନ କରିଥାଆନ୍ତି। ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ କରିଥାନ୍ତି। ତେବେ ଚଳିତ ବର୍ଷ ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହୋଇଯିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

କେବଳ ଅନଲାଇନ ମାଧ୍ୟମରେ ଏହି ଆବେଦନ ଗ୍ରହଣ କରାଯିବ। ଏନେଇ ଆସନ୍ତା ୬ ତାରିଖରୁ ଅର୍ଥାତ୍‌ ରବିବାର ଠାରୁ ଆବେଦନ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ୬ରୁ ୧୧ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ http://edistrict.odisha.gov.in ରେ ଆବେଦନ କରିପାରିବେ। ତେବେ ଏଥର ପାଖାପାଖି ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.