ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆସନ୍ତା ୬ରୁ ହବିଷ୍ୟାଳୀଙ୍କ ପାଇଁ ଅନଲାଇନ ଆବେଦନ ଆରମ୍ଭ

0

ପୁରୀ: ଆଗକୁ କାର୍ତ୍ତିକ ମାସ । ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା। କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ପ୍ରତିବର୍ଷ ଏନେଇ ହବିଶ୍ୟାଳୀମାନେ ଆବେଦନ କରିଥାଆନ୍ତି। ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ କରିଥାନ୍ତି। ତେବେ ଚଳିତ ବର୍ଷ ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହୋଇଯିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

କେବଳ ଅନଲାଇନ ମାଧ୍ୟମରେ ଏହି ଆବେଦନ ଗ୍ରହଣ କରାଯିବ। ଏନେଇ ଆସନ୍ତା ୬ ତାରିଖରୁ ଅର୍ଥାତ୍‌ ରବିବାର ଠାରୁ ଆବେଦନ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ୬ରୁ ୧୧ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ http://edistrict.odisha.gov.in ରେ ଆବେଦନ କରିପାରିବେ। ତେବେ ଏଥର ପାଖାପାଖି ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.