ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ପରୀକ୍ଷା ପୂର୍ବରୁ ସିଲ୍‌ ଖୋଲାଯାଇ OSSC ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

0

ବାଲେଶ୍ବର: ଓଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ। ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା। କିନ୍ତୁ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ ଖୋଲାଯାଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ପରୀକ୍ଷାର୍ଥୀ। ତେବେ ସିସିଟିଭି ଯାଞ୍ଚ ବେଳେ ଏହା ସମୟ ସହ ମେଳ ଖାଇ ନ ଥିବା ସୂଚନା ମିଳିଛି। ସେପଟେ ସିସିଟିଭି ସମୟ ମେଳ ନ ଖାଇବା ବୈଷୟିକ ତ୍ରୁଟି କହିଥିଲେ କର୍ତ୍ତୃପକ୍ଷ। ସେପଟେ ପରୀକ୍ଷା ବିଭ୍ରାଟ କଥାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି।

ଗୌରହରି ସାହୁ ନାମକ ପରୀକ୍ଷାର୍ଥୀ କରିଥିବା ଅଭିଯୋଗ ଅନୁଯାୟୀ, ପରୀକ୍ଷା ହଲ୍‌ରେ ବସିତିବା ସମୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ। ଏନେଇ ଅଭିଯୋଗ କରିବାରୁ ପ୍ୟାକେଟ ସେପରି ଆସିଥିବା ଶିକ୍ଷୟିତ୍ରୀ କହିଥିଲେ। ମାତ୍ର ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ। ସିସିଟିଭିରେ ସାଢେ ୯ଟାରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ ବୋଲି ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.