ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ମିଥୁନ ଚକ୍ରବର୍ତ୍ତୀ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ସିନେମା ଜଗତରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କଳାକାର ଏବଂ ନିର୍ମାତାଙ୍କ ସମ୍ମାନାର୍ଥେ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ବିଜେତାମାନଙ୍କ ତାଲିକା ପୂର୍ବରୁ ପ୍ରକାଶ ପାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। କନ୍ନଡ ଚଳଚ୍ଚିତ୍ର କାନ୍ତାରାରେ ଚମତ୍କାର ଅଭିନୟ ପାଇଁ ଋଷବ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ତାମିଲ ଚଳଚ୍ଚିତ୍ର ଥିରୁଚିତ୍ରାମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଏବଂ ଗୁଜରାଟୀ ଚଳଚ୍ଚିତ୍ର କଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମାଲାୟାଲମ ଫିଲ୍ମ ଆଟମକୁ ଦିଆଯାଇଥିବା ବେଳେ ଆୟେନା ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ ଭାବେ ମାନ୍ୟତା ପାଇଛି। ସୁରଜ ବଡ଼ଜାତ୍ୟାଙ୍କୁ ତାଙ୍କ ଫିଲ୍ମ ଉଞ୍ଚାଇ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଛି। ଫିଚର ଫିଲ୍ମ ବର୍ଗରେ ଗୁଲମୋହରଙ୍କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ଏବଂ ହରିୟାଣବୀ ଫିଲ୍ମ ଫୌଜାକୁ ନନ୍ ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ସଂଗୀତ ପୁରସ୍କାର ପ୍ରଦାନ କରାଯାଇଛି।

ଚଳଚ୍ଚିତ୍ର ସମାଲୋଚକ ଦୀପକ ଦୁଆଙ୍କୁ ଶ୍ରେଷ୍ଠ ସମାଲୋଚକ ପୁରସ୍କାର ବର୍ଗରେ ସ୍ୱର୍ଣ୍ଣ କମଲରେ ସମ୍ମାନିତ କରାଯାଇଛି। ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ ଏବଂ ପାର୍ଥିବ ଧର ‘କିଶୋର କୁମାର: ଦ ଅଲଟିମେଟ ବାୟୋଗ୍ରାଫି’ ପୁସ୍ତକ ପାଇଁ ସିନେମା ଉପରେ ଶ୍ରେଷ୍ଠ ପୁସ୍ତକ ବିଭାଗରେ ଗୋଲଡେନ ଲୋଟସ ପୁରସ୍କାର ପାଇଛନ୍ତି। ସଙ୍ଗୀତ ବିଭାଗରେ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ ଗାୟକ ଏବଂ ବମ୍ବେ ଜୟଶ୍ରୀଙ୍କୁ ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ ଗାୟିକା ପୁରସ୍କାର ପ୍ରଦାନ କରାଯାଇଛି। ପୋନିୟିନ୍ ସେଲଭାନ ପାର୍ଟ-୧, କେଜିଏଫ୍-୨, ବ୍ରହ୍ମାସ୍ତ୍ର, ଅପରାଜିତା, ଏମୁଥି ପୁଥି, କାବେରୀ ଅନ୍ତର୍ଦ୍ଧାନ, ଦମନ ଓ ବାଘୀ ଦି ଧୀ ଆଦି ଉଲ୍ଲେଖନୀୟ ଚଳଚ୍ଚିତ୍ରକୁ ମଧ୍ୟ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.