ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ରାହୁଲଙ୍କ ଘରକୁ ୧ କିଲୋ ଜଲେବି ପଠାଇଲା ଭାଜପା

0

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ଫଳାଫଳ ଜଣାପଡିବା ପରେ ଏବେ ଜଲେବି ଚର୍ଚ୍ଚା ଜୋର୍ ଧରିଛି। ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସ ଭବନକୁ ଏକ କିଲୋ ଜଲେବି ପାର୍ସଲ କରିଛି ଭାଜପା। ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ। ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି ଦଳ। ରାହୁଲଙ୍କ ପାଇଁ ୧ କିଲୋ ଜଲେବି ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ପଠାଇଛି ଦଳ।

ହରିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ଏକ ରୋଚକ ବିଷୟ ଥିଲା l ହରିୟାଣାରେ କଂଗ୍ରେସ ନିର୍ବାଚନ ହାରିବା ପରେ ଏହି ଜଲେବି ପ୍ରସଙ୍ଗକୁ ନେଇ ଦଳକୁ ଟାର୍ଗେଟ୍‌ କରିଛି ବିଜେପି । ରାହୁଲ ଗାନ୍ଧିଙ୍କ ଘରକୁ ଏକ କିଲୋ ଜଲେବି ପଠାଇବା ସହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛି ବିଜେପି। ଏକ ସ୍କ୍ରିନସଟ୍‌ ସହ ଏକ୍ସରେ ଏକ ପୋଷ୍ଟ କରି ବିଜେପି ଲେଖିଛି ଯେ, “ବିଜେପି(ହରିଆଣା) ର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଏକ କିଲୋ ଜଲେବି ପଠାଯାଇଛି।’’ ପୋଷ୍ଟ ହୋଇଥିବା ସ୍କ୍ରିନ୍‌ସଟଟି ଏକ ଫୁଡ୍‌ ଡେଲିଭରି ଆପ୍‌।

କହିରଖୁଛୁ ଯେ, ହରିୟାଣା ବିଧାନସଭା ନିର୍ବାଚନୀ ପ୍ରଚାରରେ ରାହୁଲ ବିଜେପିକୁ ଟାର୍ଗେଟ କରି କହିଥିଲେ, ଏହି ଅଞ୍ଚଳରେ ବିପୁଳ ପରିମାଣର ଜଲେବି ତିଆରି ହେବ ଓ ଦେଶ ସାରା ବିକ୍ରି କରାଯିବ। ଏହି ଜଲେବି ରପ୍ତାନି ରୋଜଗାର ଓ ରାଜସ୍ବକୁ ପ୍ରୋତ୍ସାହିତ କରିବ। କିନ୍ତୁ କେନ୍ଦ୍ରର ଜିଏସ୍‌ଟି, ସାମଗ୍ରୀ ଓ ସେବା କର ପ୍ରକ୍ରିୟା ହେତୁ ଜଲେବି ବିକାଳି ବହୁ କ୍ଷତି ସହିଛନ୍ତି। ଯାହାକି ଆଗାମୀ ଦିନରେ ଘଟିବ ନାହିଁ ବୋଲି କହିଥିଲେ ରାହୁଲ। କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଥିଲେ, ରାହୁଲ ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ ତାହା ବୋଧେ ଜାଣିନାହାନ୍ତି।

Leave A Reply

Your email address will not be published.