ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ, ବିଦା ହେବେ ଠକ ଓ ଦୁର୍ନୀତି ଖୋର୍ କର୍ମଚାରୀ

0

ନୂଆଦିଲ୍ଲୀ; ଠକୁଥିବା , କାମରେ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କାର୍ଯ୍ୟ ଦକ୍ଷତା ତଥା ଦୁର୍ନୀତି ଉପରେ କଟକଣା ଲଗାଇବାକୁ ଯାଇ ଜନତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାୟନ କରାଯାଉ। ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି କିମ୍ବା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବହିସ୍କାର କରିବା ଲାଗି ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି।

ତେବେ ଗତ ବୁଧବାର ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସହିତ ଆଲୋଚନା କରିବା ସମୟରେ କିଛି ଏଭଳି ନିର୍ଦେଶ ଦେଇଛନ୍ତି। ସିସିଏସ(ପେନସନ) ନିୟମର ମୌଳିକ ନିୟମ ୫୬(ଜେ)ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୌଳିକ ନିୟମ ୫୬(ଜେ) ଅନୁଯାୟୀ, ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ପାଇଁ ଅନୁପଯୁକ୍ତ ସାବ୍ୟସ୍ତ ହୁଅନ୍ତି, ତେବେ ସରକାର ତାଙ୍କୁ ଯେକୌଣସି ସମୟରେ ବି ବହିଷ୍କାର କରିପାରିବେ। ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସରକାର ଉକ୍ତ କର୍ମଚାରୀଙ୍କୁ ୩ ମାସ ଆଗରୁ ନୋଟିସ ପ୍ରଦାନ କରିବେ ଅଥବା ଆଗୁଆ ୩ ମାସ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦେଇ ଚାକିରିରୁ ବିଦା କରିପାରିବେ।

Leave A Reply

Your email address will not be published.