ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ, ବିଦା ହେବେ ଠକ ଓ ଦୁର୍ନୀତି ଖୋର୍ କର୍ମଚାରୀ

0

ନୂଆଦିଲ୍ଲୀ; ଠକୁଥିବା , କାମରେ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। କାର୍ଯ୍ୟ ଦକ୍ଷତା ତଥା ଦୁର୍ନୀତି ଉପରେ କଟକଣା ଲଗାଇବାକୁ ଯାଇ ଜନତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାୟନ କରାଯାଉ। ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି କିମ୍ବା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବହିସ୍କାର କରିବା ଲାଗି ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି।

ତେବେ ଗତ ବୁଧବାର ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସହିତ ଆଲୋଚନା କରିବା ସମୟରେ କିଛି ଏଭଳି ନିର୍ଦେଶ ଦେଇଛନ୍ତି। ସିସିଏସ(ପେନସନ) ନିୟମର ମୌଳିକ ନିୟମ ୫୬(ଜେ)ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୌଳିକ ନିୟମ ୫୬(ଜେ) ଅନୁଯାୟୀ, ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ପାଇଁ ଅନୁପଯୁକ୍ତ ସାବ୍ୟସ୍ତ ହୁଅନ୍ତି, ତେବେ ସରକାର ତାଙ୍କୁ ଯେକୌଣସି ସମୟରେ ବି ବହିଷ୍କାର କରିପାରିବେ। ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସରକାର ଉକ୍ତ କର୍ମଚାରୀଙ୍କୁ ୩ ମାସ ଆଗରୁ ନୋଟିସ ପ୍ରଦାନ କରିବେ ଅଥବା ଆଗୁଆ ୩ ମାସ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦେଇ ଚାକିରିରୁ ବିଦା କରିପାରିବେ।

Leave A Reply

Your email address will not be published.