ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୩ ଦିନିଆ ରିମାଣ୍ଡରେ ଯିବେ ୬ ଠକ

0

ଭୁବନେଶ୍ବର: ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର ଠାବ ଘଟଣାରେ ଗିରଫ ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ। ସାରା ଦେଶରେ ଠକେଇର ତଦନ୍ତ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍। ଟିମ୍‌ରେ ସାଇଣ୍ଟିଫିକ୍ ଓ ଟେକ୍ନିକାଲ୍ ଅଫିସର୍ ସାମିଲ୍‌ ହୋଇଛନ୍ତି। କୋର୍ଟରୁ ଅନୁମତି ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ଏଥିସହ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ଘର କୋଲକାତା ଯାଇ ତଦନ୍ତ କରିବ।

ସୂଚନା ଅନୁସାରେ, ଗତ ୧୬ ଅକ୍ଟୋବରରେ ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ କରିଥିଲା କମିଶନରେଟ ପୋଲିସ। ଉକ୍ତ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ l ଗତକାଲି ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସ ଆବେଦନ କରିଥିବା ବେଳେ କୋର୍ଟ ୩ ଦିନିଆ ରିମାଣ୍ଡପାଇଁ ଅନୁମତି ଦେଇଛି। ଅନୁମତି ମିଳିବା ପରେ କୋଲକାତା ଯାଇ ତଦନ୍ତ ଆରମ୍ଭ କରିବ ସ୍ପେଶାଲ ଟିମ୍।

ଫେକ୍ କଲ୍ ସେଣ୍ଟର କରି ଅଭଯୁକ୍ତମାନେ ଓଡ଼ିଶା ସହ ସମଗ୍ର ଦେଶରେ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି କମିଶନରେଟ୍‌ ପୁଲିସ୍। ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୁନା ଲଗାଇଥିଲେ ଏହି ଠକ । ଗିରଫ ୬ ଅଭିଯୁକ୍ତ ମାନେ ବେଶ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ।

Leave A Reply

Your email address will not be published.