ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ

0

ନ୍ୟୁଜ୍ ବ୍ୟୁରୋ: ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ସରକାର ତାଙ୍କୁ ନିର୍ଦୋଷ ପ୍ରମାଣିତ କରିଛନ୍ତି।

ଆମେରିକାର ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ୱାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଏହାକୁ ନେଇ ମାଧବୀ ତଦନ୍ତର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ହିନ୍ଦନବର୍ଗ ରିସର୍ଚ୍ଚ ସେବି ଚେୟାରମ୍ୟାନ୍ ମାଧବୀଙ୍କ ନୀରବତା ଉପରେ ପ୍ରଶ୍ନ କରିଥିଲା ​​ସେତେବେଳେ ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମାଧବୀଙ୍କର ଆଦାନୀ ଗ୍ରୁପ୍ ସହିତ ଅନୈତିକ ଆର୍ଥିକ ସମ୍ପର୍କ ଥାଇପାରେ ବୋଲି ହିଡେନବର୍ଗ ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ଏବେ ମଧ୍ୟ ତଦନ୍ତ ଅଧୀନରେ ରହିଛି। ଏହା ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ୨୦୨୫ ମସିହା ଫେବ୍ରୁଆରୀରେ ତାଙ୍କ କାର୍ଯ୍ୟକାଳ ଶେଷ କରିବେ।

ଏହି ଅଭିଯୋଗର ଜବାବରେ ମାଧବୀ ଏବଂ ତାଙ୍କ ସ୍ୱାମୀ ଧାୱଲ ବୁଚ କହିଛନ୍ତି, ହିନ୍ଦନବର୍ଗ ଦାବିଗୁଡିକ ଭିତ୍ତିହୀନ ଏବଂ ଏହି ଅଭିଯୋଗ ସେମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।

Leave A Reply

Your email address will not be published.