ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇଲେ ରାଜ୍ୟ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଡ. ମିନତି ବେହେରା ନିଯୁକ୍ତି ପାଇଥିଲେ। ଆଜି ତାଙ୍କୁ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର।ବିଜେଡି ସରକାର ସମୟରେ ମହିଳା ଆୟୋଗରେ ଥଇଥାନ ହୋଇଥିବା ଆଗଧାଡ଼ିର ବିଜେଡି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟର ବିଜେପି ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନାନୁଯାୟୀ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତି ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ବାଇଁ ଓ ବିଜୟା ବରଓ୍ବାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି। ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ। ପୂର୍ବ ସରକାରରେ ଏମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା। ବିଜେଡି ନେତ୍ରୀ ମିନତିଙ୍କୁ ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିଲା ଓ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।।

Leave A Reply

Your email address will not be published.