ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସମ୍ପତ୍ତି ପାଇଁ ବଡ ଭାଇକୁ ହତ୍ୟା

0

ଗଞ୍ଜାମ: ସମ୍ପତ୍ତି ଆଗରେ ବଡଭାଇ ତୁଚ୍ଛ। ଗଞ୍ଜାମ ଜିଲା ଆସିକାରେ ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳୀ ପଞ୍ଚାୟତର ସମେଇଗୁଡ଼ା ଗ୍ରାମରେ ବୁଧବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ସେହି ଗ୍ରାମର ରାଜୁ ପାତ୍ର(୫୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜୁ ତାଙ୍କ ପତ୍ନୀଙ୍କ ସହ ଚାଷଜମିରେ କାମ କରୁଥିବା ବେଳେ ସାନ ଭାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାକୁ ଦେଖି ପତ୍ନୀ ଚିତ୍କାର କରି ଆଖପାଖରେ ଥିବା ଲୋକଙ୍କୁ ଡାକିଥିଲେ। ହେଲେ ରାଜୁଙ୍କ ମୃତ୍ୟୁ ଘଟିଥିଲା।

ତେବେ ଜମିବାଡ଼ିକୁ ନେଇ ପୂର୍ବରୁ ସାନଭାଇଙ୍କ ସହ ରାଜୁଙ୍କ ବିବାଦ ରହିଥିଲା। ଏହାକୁ ନେଇ ସାନ ଭାଇ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା କୁହାଯାଉଛି। ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏଥିସହ ଅଭିଯୁକ୍ତ କୁହାଯାଉଥିବା ସାନଭାଇଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଅପରପକ୍ଷେ ରାଜୁଙ୍କ ପତ୍ନୀଙ୍କର ମଧ୍ୟ ବିଷକ୍ରିୟା ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୋଟିଏ ଦିନରେ ଉଭୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.