ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସମ୍ପତ୍ତି ପାଇଁ ବଡ ଭାଇକୁ ହତ୍ୟା

0

ଗଞ୍ଜାମ: ସମ୍ପତ୍ତି ଆଗରେ ବଡଭାଇ ତୁଚ୍ଛ। ଗଞ୍ଜାମ ଜିଲା ଆସିକାରେ ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳୀ ପଞ୍ଚାୟତର ସମେଇଗୁଡ଼ା ଗ୍ରାମରେ ବୁଧବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ସେହି ଗ୍ରାମର ରାଜୁ ପାତ୍ର(୫୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜୁ ତାଙ୍କ ପତ୍ନୀଙ୍କ ସହ ଚାଷଜମିରେ କାମ କରୁଥିବା ବେଳେ ସାନ ଭାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାକୁ ଦେଖି ପତ୍ନୀ ଚିତ୍କାର କରି ଆଖପାଖରେ ଥିବା ଲୋକଙ୍କୁ ଡାକିଥିଲେ। ହେଲେ ରାଜୁଙ୍କ ମୃତ୍ୟୁ ଘଟିଥିଲା।

ତେବେ ଜମିବାଡ଼ିକୁ ନେଇ ପୂର୍ବରୁ ସାନଭାଇଙ୍କ ସହ ରାଜୁଙ୍କ ବିବାଦ ରହିଥିଲା। ଏହାକୁ ନେଇ ସାନ ଭାଇ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା କୁହାଯାଉଛି। ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏଥିସହ ଅଭିଯୁକ୍ତ କୁହାଯାଉଥିବା ସାନଭାଇଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଅପରପକ୍ଷେ ରାଜୁଙ୍କ ପତ୍ନୀଙ୍କର ମଧ୍ୟ ବିଷକ୍ରିୟା ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୋଟିଏ ଦିନରେ ଉଭୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.