ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିଧାନସଭାରେ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଦାବି

0

ଭୁବନେଶ୍ବର: କିଛିମାସର ବ୍ୟବଧାନ ପରେ ପୁଣି ନିଜ ଦରମା ବୃଦ୍ଧି ଦାବି କଲେ ସବୁ ଦଳର ବିଧାୟକ। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂପେନସନ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମ୍ବାଦିକମାନଙ୍କର ବୀମା କଭରେଜ୍ ବଢାଇବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ।

ସେହିପରି ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ବିକାଶ ପାଣ୍ଠିକୁ ୩ କୋଟିରୁ ୫ କୋଟି ଟଙ୍କା ଏବଂ ସେମାନଙ୍କ ଦରମା ମାସିକ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନେଇ ଆଲୋଚନା କରିଛନ୍ତି। ସେହିଭଳି ବିଧାନସଭାର ପୂର୍ବତନ ସଦସ୍ୟଙ୍କ ପେନସନ ମାସକୁ ୭୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ଆଲୋକପାତ କରିଥିଲେ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ବିଧାନସଭାରେ ବିଧାୟକମାନେ ଏକଜୁଟ ହୋଇ ନିଜର ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି । ତେବେ ଚଳିତ ନବନିର୍ବାଚିତ ସପ୍ତଦଶ ବିଧାନସଭାରେ ୭୩% କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଚଳିତ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ଜଣ(୭୩%) ଧନୀ ଓ କୋଟିପତି ବୋଲି ନିଜେ ସ୍ୱୀକାର କରିଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ଏହି ଦରମା ବୃଦ୍ଧି ଦାବିର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.