ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ବିଧାନସଭାରେ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଦାବି

0

ଭୁବନେଶ୍ବର: କିଛିମାସର ବ୍ୟବଧାନ ପରେ ପୁଣି ନିଜ ଦରମା ବୃଦ୍ଧି ଦାବି କଲେ ସବୁ ଦଳର ବିଧାୟକ। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂପେନସନ ବୃଦ୍ଧି କରିବାକୁ ଦାବି କରାଯାଇଛି। ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମ୍ବାଦିକମାନଙ୍କର ବୀମା କଭରେଜ୍ ବଢାଇବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ।

ସେହିପରି ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ବିକାଶ ପାଣ୍ଠିକୁ ୩ କୋଟିରୁ ୫ କୋଟି ଟଙ୍କା ଏବଂ ସେମାନଙ୍କ ଦରମା ମାସିକ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନେଇ ଆଲୋଚନା କରିଛନ୍ତି। ସେହିଭଳି ବିଧାନସଭାର ପୂର୍ବତନ ସଦସ୍ୟଙ୍କ ପେନସନ ମାସକୁ ୭୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ଆଲୋକପାତ କରିଥିଲେ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଜି ବିଧାନସଭାରେ ବିଧାୟକମାନେ ଏକଜୁଟ ହୋଇ ନିଜର ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି । ତେବେ ଚଳିତ ନବନିର୍ବାଚିତ ସପ୍ତଦଶ ବିଧାନସଭାରେ ୭୩% କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଚଳିତ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ଜଣ(୭୩%) ଧନୀ ଓ କୋଟିପତି ବୋଲି ନିଜେ ସ୍ୱୀକାର କରିଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ସେମାନଙ୍କ ଏହି ଦରମା ବୃଦ୍ଧି ଦାବିର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.