ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୂମିକମ୍ପରେ ଥରିଲା ମାଲକାନଗିରି

0

ମାଲକାନଗିରି: ଭୂମିକମ୍ପରେ ଥରିଲା ମାଲକାନଗିରି। ମାଲକାନଗିରି ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ। ଆଜି ସକାଳ ୭ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଛି। କୋରାପୁଟର ଦାମନଯୋଡି, ଛତିଶଗଡ ସୁକୁମା ଓ ବିଜାପୁରରେ ଏବଂ ତେଲେଙ୍ଗାନାରେ ବି ଭୂମିକମ୍ପ ଅନୁଭୂତ ହୋଇଛି। ମାତ୍ର ଦୁଇ ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା ବେଳେ, ମୁଲୁଗୁରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିବା ଜଣାପଡିଛି।

ସେହିପରି ହାଇଦ୍ରାବାଦରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରିଛନ୍ତି। ଭୂମିରୁ ୪୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି। ଭୂମିକମ୍ପର ପ୍ରଭାବ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅନୁଭୂତ ହୋଇଥିବା ବେଳେ ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ।

ସେପଟେ ମହାରାଷ୍ଟ୍ର ଓ ଛତିଶଗଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ମୃଦୁ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। କିନ୍ତୁ ଏନେଇ ଆନୁଷ୍ଠନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ସୂଚନା ଥାଉକି, ଆମ ରାଜ୍ୟ ଓଡ଼ିଶାରେ ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ସେ ମଧ୍ୟରୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଅଟେ ଗଜପତି ଜିଲ୍ଲା। ୧୪ଟି ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ।

Leave A Reply

Your email address will not be published.