ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି

0

ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଓଡ଼ିଶା ସରକାରଙ୍କ ୬ ହଜାର ୫୮୭ କୋଟି ଟଙ୍କା ବକେୟା ରହିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ୪ଟି କମ୍ପାନୀ ମଧ୍ୟରେ ସିଇଏସୟୁ (ସେସୁ) ସର୍ବାଧିକ ୨ ହଜାର ୬୫୧ କୋଟି ଟଙ୍କା ବକେୟା ରଖିଥିବାବେଳେ, ନେସ୍କୋ ଉପରେ ୯୫୧ କୋଟି ଟଙ୍କା ବାକି ରହିଛି। ସେହିପରି ୱେସ୍କୋ ଉପରେ ୧ ହଜାର ୬୭୭ କୋଟି ଏବଂ ସାଉଥକୋ ଉପରେ ୧ ହଜାର ୩୦୦ କୋଟି ଟଙ୍କା ବକେୟା ରହିଥିବା ମନ୍ତ୍ରୀ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି।

ଏ ସମସ୍ତ ଚାରୋଟି କମ୍ପାନୀ ଟାଟା ପାୱାର ଅଧୀନରେ ଆସୁଛନ୍ତି। ଯାହା ବର୍ତ୍ତମାନ ସେସୁ ପରିବର୍ତ୍ତନ ହୋଇ ଟିପିସିଓଡିଏଲ ଭାବେ, ନେସ୍କୋ ପରିବର୍ତ୍ତନ ହୋଇ ଟିପିଏନଓଡିଏଲ, ୱେସ୍କୋ ପରିବର୍ତ୍ତନ ହୋଇ ଟିପିଡବ୍ଲୁଓଡିଏଲ ଏବଂ ସାଉଥକୋ ପରିବର୍ତ୍ତନ ହୋଇ ଟିପିଏସଓଡିଏଲ ଭାବେ କାର୍ଯ୍ୟ କରୁଛି।

ତେବେ ଏ ସମସ୍ତ ବକେୟା ପ୍ରଦାନ କରିବା ଲାଗି ଗ୍ରୀଡକୋ ଟାଟା ପାୱାରର ନୂତନ ମ୍ୟାନେଜମେଣ୍ଟ ସହିତ କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଟାଟା ପାୱାର ଓଡ଼ିଶାରେ ଗତ ଚାରି ବର୍ଷ ହେବ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ମଧ୍ୟ ଏହା ପୂର୍ବରୁ ଏହି ବକେୟା ଟଙ୍କା ରହିଥିଲା। ଯାହା ପ୍ରାୟତଃ ବଢିଚାଲିଛି । ଆଗକୁ ଏପରି ସ୍ଥିତି ଲାଗି ରହିଲେ ଟଙ୍କା ଫେରିବା ସମ୍ଭାବନା ଶୂନ ରହିଛି।

Leave A Reply

Your email address will not be published.