ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବିଦ୍ୟୁତ କମ୍ପାନୀ ଉପରେ ୬,୫୮୭ କୋଟି ଟଙ୍କା ବାକି

0

ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀ ଉପରେ ଓଡ଼ିଶା ସରକାରଙ୍କ ୬ ହଜାର ୫୮୭ କୋଟି ଟଙ୍କା ବକେୟା ରହିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ୪ଟି କମ୍ପାନୀ ମଧ୍ୟରେ ସିଇଏସୟୁ (ସେସୁ) ସର୍ବାଧିକ ୨ ହଜାର ୬୫୧ କୋଟି ଟଙ୍କା ବକେୟା ରଖିଥିବାବେଳେ, ନେସ୍କୋ ଉପରେ ୯୫୧ କୋଟି ଟଙ୍କା ବାକି ରହିଛି। ସେହିପରି ୱେସ୍କୋ ଉପରେ ୧ ହଜାର ୬୭୭ କୋଟି ଏବଂ ସାଉଥକୋ ଉପରେ ୧ ହଜାର ୩୦୦ କୋଟି ଟଙ୍କା ବକେୟା ରହିଥିବା ମନ୍ତ୍ରୀ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି।

ଏ ସମସ୍ତ ଚାରୋଟି କମ୍ପାନୀ ଟାଟା ପାୱାର ଅଧୀନରେ ଆସୁଛନ୍ତି। ଯାହା ବର୍ତ୍ତମାନ ସେସୁ ପରିବର୍ତ୍ତନ ହୋଇ ଟିପିସିଓଡିଏଲ ଭାବେ, ନେସ୍କୋ ପରିବର୍ତ୍ତନ ହୋଇ ଟିପିଏନଓଡିଏଲ, ୱେସ୍କୋ ପରିବର୍ତ୍ତନ ହୋଇ ଟିପିଡବ୍ଲୁଓଡିଏଲ ଏବଂ ସାଉଥକୋ ପରିବର୍ତ୍ତନ ହୋଇ ଟିପିଏସଓଡିଏଲ ଭାବେ କାର୍ଯ୍ୟ କରୁଛି।

ତେବେ ଏ ସମସ୍ତ ବକେୟା ପ୍ରଦାନ କରିବା ଲାଗି ଗ୍ରୀଡକୋ ଟାଟା ପାୱାରର ନୂତନ ମ୍ୟାନେଜମେଣ୍ଟ ସହିତ କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଟାଟା ପାୱାର ଓଡ଼ିଶାରେ ଗତ ଚାରି ବର୍ଷ ହେବ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ମଧ୍ୟ ଏହା ପୂର୍ବରୁ ଏହି ବକେୟା ଟଙ୍କା ରହିଥିଲା। ଯାହା ପ୍ରାୟତଃ ବଢିଚାଲିଛି । ଆଗକୁ ଏପରି ସ୍ଥିତି ଲାଗି ରହିଲେ ଟଙ୍କା ଫେରିବା ସମ୍ଭାବନା ଶୂନ ରହିଛି।

Leave A Reply

Your email address will not be published.