ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଦଳାଚକଟା ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

0

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଘଟଣାରେ ଅଭିନେତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଯାଇଛି। ଡିସେମ୍ବର ୪ରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ’ ବେଳେ ଏହି ଅଘଟଣ ଘଟିଥିଲା।ଜାମିନ ସର୍ତ୍ତ ଅନୁସାରେ ଅଲ୍ଲୁଙ୍କୁ ୫୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ରେ ପୁଷ୍ପା-୨ ରିଲିଜ୍ ହୋଇଥିଲା। ହାଇଦ୍ରାବାଦରେ ଫିଲ୍ମର ଶୋ ସକାଳ ୩ଟା ସମୟରେ ରଖାଯାଇଥିଲା । ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ପ୍ରିମିୟର ଶୋ ରଖାଯାଇଥିଲା। ପ୍ରଥମ ଦିନର ଶୋ ଦେଖିବା ପାଇଁ ନିଜର ଫ୍ୟାନ୍ସ ସହିତ ଅଲ୍ଲୁ ଯାଇଥିଲେ । ଅଲ୍ଲୁ ସ୍କ୍ରିନିଂ ପାଇଁ ଆସିବା ଖବର ଶୁଣି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକମାନେ ଡ୍ୟାନ୍ସ କରିବା ସହିତ ବାଣ ମଧ୍ୟ ଫୁଟାଇଥିଲେ । ସେହି ସମୟରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କର ୮ ବର୍ଷୀୟ ପୁଅ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି।

ଏହି କାର୍ଯ୍ୟକ୍ରମକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର ପକ୍ଷରୁ କିମ୍ବା ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଥିଲା ପୁଲିସ। ଏହି କ୍ରମରେ ଅଲ୍ଲୁଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଡିସେମ୍ବର ୧୩ ତାରିଖ ଦିନ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ସେହିଦିନ ତାଙ୍କୁ ହାଇଦ୍ରାବାଦ ନାମପଲ୍ଲି କୋର୍ଟରେ ପୁଲିସ ହାଜର କରିଥିବାବେଳେ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହାପରେ ସେହିଦିନ ହିଁ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତ ଯିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ଅଲ୍ଲୁଙ୍କୁ ସମାଲୋଚନା କରିଥିଲେ।

Leave A Reply

Your email address will not be published.