ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କଂସ ଦରବାରରେ ମୁଖ୍ୟମନ୍ତ୍ରୀ

0

ବରଗଡ଼: ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାରକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଅଶ୍ବିନୀ ଷଡଙ୍ଗୀ, ନିହାର ମହାନନ୍ଦ, ସନତ ଗଡତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ମହୋତ୍ସବର ଦଶମ ଦିନରେ ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ଯୋଗଦେଇ କହିଥିଲେ, ଧନୁଯାତ୍ରା ଆମ ମାଟିର ମହକ। ଆମ ଇତିହାସର ମୁଖଶାଳା। ଏହା କେବଳ ପଶ୍ଚିମ ଓଡ଼ିଶାର ପାର୍ବଣ ନୁହେଁ, ସମଗ୍ର ଓଡ଼ିଶାର ସ୍ବାଭିମାନ। କଂସ ଦରବାରକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବରଗଡ଼ ଧନୁଯାତ୍ରା ଅନୁଦାନ ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା, ଏହାକୁ ୧ କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର, ପ୍ରସାର ବ୍ୟାପକ କରିବାକୁ ବ୍ୟୟ ବରାଦ କରାଯିବା ସହିତ ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି।

Leave A Reply

Your email address will not be published.