ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଶିମିଳିପାଳରୁ ବିରଳ କଳାବାଘ ଛାଲ ଜବତ

0

ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି। ଏହି ବାଘ ଛାଲଟି ଦୁଇ ତିନି ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ସୂଚନା ରହିଛି । ଏନେଇ ଏଥିରେ ସମ୍ପୃକ୍ତ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ।

ଶିମିଳିପାଳରେ ଦେଖାଯାଉଥିବା ବିଶ୍ବର ବିରଳ କଳା ମହାବଳ (ମେଲାନିଷ୍ଟିକ୍‌) ବାଘ ଛାଲ ଜବତ କରିବା ସହ ୪ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ମୃତ କଳାବାଘର ବୟସ ପାଖାପାଖି ଦେଢବର୍ଷ ହେବ। ତେବେ କଳାବାଘକୁ ମାରି ଶିକାରୀମାନେ ଚମଡା, ନଖ ଏବଂ ଦାନ୍ତ ନେଇ ଚମ୍ପଟ ମାରିଥିଲେ। ଏବେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ପ୍ରକଳ୍ପ ଅଧୀନ ବାରିପଦା ବନଖଣ୍ଡ ଅନ୍ତର୍ଗତ ତଥା ଉଦଳା ଥାନା ଅଧୀନସ୍ଥ ତେନ୍ତଳା ଅଞ୍ଚଳରୁ ଦୁଇ ଜଣ ଓ ବାଲିଘାଟ ଅଞ୍ଚଳରୁ ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଜାମ୍ବର ନାଏକ, ପିତାମ୍ବର ନାଏକ, ରାମ ନାଏକ ଓ ବାଇରାମ ମୁର୍ମୁ। ତେବେ ଏହି ବାଘଛାଲ ଜବତ ଘଟଣାର ମାଷ୍ଟରମାଇଣ୍ଡ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିକାରୀମାନଙ୍କୁ ବନବିଭାଗ ରିମାଣ୍ଡରେ ଆଣି ଅଧିକ ପଚରାଉଚରା ପରେ ବନବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ଏହି ଘଟଣାରେ ପର୍ଯ୍ୟାୟକ୍ରମେ ଏପର୍ଯ୍ୟନ୍ତ ମୋଟ ୧୦ ଜଣକୁ ଗିରଫ କରାଯାଇଛି।

Leave A Reply

Your email address will not be published.