ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଶିମିଳିପାଳରୁ ବିରଳ କଳାବାଘ ଛାଲ ଜବତ

0

ଶିମିଳିପାଳ: ଶିମିଳିପାଳ ଅଭୟାରଣ୍ୟରୁ ଏକ କଳାବାଘର ଚମଡ଼ା ଜବତ କରାଯାଇଛି। ଏହି ବାଘ ଛାଲଟି ଦୁଇ ତିନି ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ସୂଚନା ରହିଛି । ଏନେଇ ଏଥିରେ ସମ୍ପୃକ୍ତ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ।

ଶିମିଳିପାଳରେ ଦେଖାଯାଉଥିବା ବିଶ୍ବର ବିରଳ କଳା ମହାବଳ (ମେଲାନିଷ୍ଟିକ୍‌) ବାଘ ଛାଲ ଜବତ କରିବା ସହ ୪ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ମୃତ କଳାବାଘର ବୟସ ପାଖାପାଖି ଦେଢବର୍ଷ ହେବ। ତେବେ କଳାବାଘକୁ ମାରି ଶିକାରୀମାନେ ଚମଡା, ନଖ ଏବଂ ଦାନ୍ତ ନେଇ ଚମ୍ପଟ ମାରିଥିଲେ। ଏବେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସଟିଆର) ପ୍ରକଳ୍ପ ଅଧୀନ ବାରିପଦା ବନଖଣ୍ଡ ଅନ୍ତର୍ଗତ ତଥା ଉଦଳା ଥାନା ଅଧୀନସ୍ଥ ତେନ୍ତଳା ଅଞ୍ଚଳରୁ ଦୁଇ ଜଣ ଓ ବାଲିଘାଟ ଅଞ୍ଚଳରୁ ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଅଜାମ୍ବର ନାଏକ, ପିତାମ୍ବର ନାଏକ, ରାମ ନାଏକ ଓ ବାଇରାମ ମୁର୍ମୁ। ତେବେ ଏହି ବାଘଛାଲ ଜବତ ଘଟଣାର ମାଷ୍ଟରମାଇଣ୍ଡ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିକାରୀମାନଙ୍କୁ ବନବିଭାଗ ରିମାଣ୍ଡରେ ଆଣି ଅଧିକ ପଚରାଉଚରା ପରେ ବନବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ଏହି ଘଟଣାରେ ପର୍ଯ୍ୟାୟକ୍ରମେ ଏପର୍ଯ୍ୟନ୍ତ ମୋଟ ୧୦ ଜଣକୁ ଗିରଫ କରାଯାଇଛି।

Leave A Reply

Your email address will not be published.