ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଇମ୍ରାନ ଖାନଙ୍କୁ ୧୪ ବର୍ଷ ଓ ପତ୍ନୀ ବୁଶରାଙ୍କୁ ୭ ବର୍ଷ ଜେଲଦଣ୍ଡ

0

ପାକିସ୍ତାନ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏକ ବଡ଼ ଝଟକା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଛି। ଅଲକାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ଏକ ଅଦାଲତ ଏହି ଶୁଣାଣି କରିଛନ୍ତି। ଏହି ମାମଲାରେ ଇମ୍ରାନଙ୍କ ପତ୍ନୀ ବୁଶରା ବୀବୀଙ୍କୁ ମଧ୍ୟ ୭ ବର୍ଷର ଜେଲଦଣ୍ଡ ହୋଇଛି। କୋର୍ଟଙ୍କ ଏହି ଶୁଣାଣିରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଲାଗିଛି ଶକ୍ତି ଝଟକା। ଅଲ-କାଦୀର ୟୁନିଭରସିଟି ପ୍ରୋଜେକ୍ଟ ସହ ଜଡ଼ିତ ଭ୍ରଷ୍ଟାଚାର ମାମଲାରେ ଦମ୍ପତ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କ୍ଷମତାର ଦୁରୂପଯୋଗ କରିଥିବା ନେଇ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଇମ୍ରାନ ଖାନ ଅଗଷ୍ଟ ୨୦୨୩ଠାରୁ ଜେଲରେ ଅଛନ୍ତି। ଖାନଙ୍କ ସହିତ ତାଙ୍କ ପତ୍ନୀ ବୁଶରା ବିବି ଏବଂ ଅନ୍ୟ ଛଅ ଜଣଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା, ଯାହାଙ୍କ ମଧ୍ୟରୁ ଅଧିକାଂଶ ଦେଶ ବାହାରେ ଅଛନ୍ତି। କୋର୍ଟ ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କ ଉପରେ ୧୦ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।
ବିଚାରପତି ନାସିର ଜାଭେଦ ରାଣା ଆଦିଲା ଜେଲରେ ସ୍ଥାପିତ ଏକ ଅସ୍ଥାୟୀ କୋର୍ଟରେ ଏହି ରାୟ ଶୁଣାଇଛନ୍ତି। ଏହି ନିଷ୍ପତ୍ତିକୁ ତିନିଥର ସ୍ଥଗିତ ରଖାଯାଇଥିଲା। ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ ଡିସେମ୍ବର ୨୦୨୩ରେ ଖାନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା, ଯେଉଁଥିରେ ସେମାନେ ଜାତୀୟ ରାଜକୋଷକୁ ୧୯୦ ନିୟୁତ ପାଉଣ୍ଡ କ୍ଷତି ପହଞ୍ଚାଇବାର ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.