ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ନବ ଦାସଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ

0

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଭାଇ ବ୍ରଜ କିଶୋର ଦାସଙ୍କ ଘରେ ଶୁକ୍ରବାର ସକାଳୁ ଆୟକର ଚଢାଉ ହୋଇଛି। ଆୟକର ଫାଙ୍କିବା ଅଭିଯୋଗରେ ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଛି।

ବ୍ରଜ ଦାସ ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ତେବେ ରେଡ୍‌ ନେଇ ଆୟକର ଅଧିକାରୀ କିମ୍ବା ବ୍ରଜ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେକେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉ ନ ଥିଲେ , ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ ରହିଛି , କେବଳ ସମ୍ବଲପୁର କମ୍ବା ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାବତ୍‌ ଜଣାପଡିନାହିଁ।

ଛତିଶଗଡ଼ ଓ ଭୁବନେଶ୍ୱରର ଆୟକର ବିଭାଗର ଅଧିକାରୀ ଏହି ରେଡରେ ସାମିଲ ହୋଇଛନ୍ତି। ଆୟକର ବିଭାଗର ୨ ଟିମ୍ ରେଡ୍‌ରେ ସାମିଲ ଅଛନ୍ତି। ତେବେ ୧୦ଟି ଇନୋଭା ଗାଡ଼ିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା। ଏହା ଦ୍ବିତୀୟଥର ରେଡ ହେଉଛି। ତେବେ ବିକେଡି ଅଫିସ୍ ଓ ଘରେ ବ୍ରଜ ଦାସଙ୍କ ବହୁ ଦାମୀ କାର ରହିଥିବା ଦେଖିବାକୁ ମିଲିଛି। ତେବେ ସମସ୍ତ ଗାଡ଼ିର ସମାନ ନମ୍ବର ୫୯୯୫ ରହିଛି। ମାଲିକ ବ୍ରଜକିଶୋର ଦାସ ସମ୍ବଲପୁରରେ ନଥିବାବେଳେ ତାଙ୍କ ପରିବାର ଓ ଅଫିସ କର୍ମଚାରୀକୁ ନେଇ ଆୟକର ବିଭାଗ ଅଧିକ ଚଢାଉ ଚଳାଇଛି।

Leave A Reply

Your email address will not be published.