ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ନବ ଦାସଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ

0

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଭାଇ ବ୍ରଜ କିଶୋର ଦାସଙ୍କ ଘରେ ଶୁକ୍ରବାର ସକାଳୁ ଆୟକର ଚଢାଉ ହୋଇଛି। ଆୟକର ଫାଙ୍କିବା ଅଭିଯୋଗରେ ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଛି।

ବ୍ରଜ ଦାସ ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ତେବେ ରେଡ୍‌ ନେଇ ଆୟକର ଅଧିକାରୀ କିମ୍ବା ବ୍ରଜ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେକେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉ ନ ଥିଲେ , ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ ରହିଛି , କେବଳ ସମ୍ବଲପୁର କମ୍ବା ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାବତ୍‌ ଜଣାପଡିନାହିଁ।

ଛତିଶଗଡ଼ ଓ ଭୁବନେଶ୍ୱରର ଆୟକର ବିଭାଗର ଅଧିକାରୀ ଏହି ରେଡରେ ସାମିଲ ହୋଇଛନ୍ତି। ଆୟକର ବିଭାଗର ୨ ଟିମ୍ ରେଡ୍‌ରେ ସାମିଲ ଅଛନ୍ତି। ତେବେ ୧୦ଟି ଇନୋଭା ଗାଡ଼ିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା। ଏହା ଦ୍ବିତୀୟଥର ରେଡ ହେଉଛି। ତେବେ ବିକେଡି ଅଫିସ୍ ଓ ଘରେ ବ୍ରଜ ଦାସଙ୍କ ବହୁ ଦାମୀ କାର ରହିଥିବା ଦେଖିବାକୁ ମିଲିଛି। ତେବେ ସମସ୍ତ ଗାଡ଼ିର ସମାନ ନମ୍ବର ୫୯୯୫ ରହିଛି। ମାଲିକ ବ୍ରଜକିଶୋର ଦାସ ସମ୍ବଲପୁରରେ ନଥିବାବେଳେ ତାଙ୍କ ପରିବାର ଓ ଅଫିସ କର୍ମଚାରୀକୁ ନେଇ ଆୟକର ବିଭାଗ ଅଧିକ ଚଢାଉ ଚଳାଇଛି।

Leave A Reply

Your email address will not be published.