ପୁରୀ: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ଙ୍କ ଓଡ଼ିଶା ଗସ୍ତର ଆଜି (ଶନିବାର) ଦ୍ୱିତୀୟ ଦିନ। ଆଜି ସେ ପୁରୀ ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ନିଜ ପତ୍ନୀଙ୍କ ସହ ପରିଦର୍ଶନ କରିଛନ୍ତି। କଳାସଂସ୍କୃତିରେ ଭରପୂର ଏହି ଗ୍ରାମ ବୁଲିବା ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଲୋକମାନଙ୍କ ଘରେ ପଟ୍ଟ ଚିତ୍ର ତିଆରି ଶୖୈଳୀର ଡେମୋ ଦେଖିବା ସହ ପଟ୍ଟ ଚିତ୍ର ଶିଳ୍ପୀଙ୍କ ସହ ଆଲୋଚନା କରିଥିଲେ। ଏହାସହିତ ଗଣେଶଙ୍କ ପଟ୍ଟଚିତ୍ର କିଣିଥିବା ଜଣାପଡ଼ିଛି। ପୁରୀର ଏହି ହେରିଟେଜ ଭିଲେଜ ବୁଲିବା ପରେ ସେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିଥିଲେ।
ତେବେ ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଗତକାଲି ସେ ଭୁବନେଶ୍ଵରସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ଅତିବାହିତ କରି କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ