ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦୟାନଦୀ ପାଣି ବ୍ୟବହାର ପାଇଁ ମନାକଲେ ମନ୍ତ୍ରୀ

0

ଭୁବନେଶ୍ଵର: କଣାସରେ ଝାଡ଼ାବାନ୍ତି ! ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଅସୁସ୍ଥ । ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୟା ନଦୀ ଜଳ ବ୍ୟବହାର ଦ୍ବାରା ଏଭଳି ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି । ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ପ୍ରଶାସନ ତରଫରୁ ଗାଁରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ନଳକୂପ ଅଭାବ ପାନୀୟ ଜଳ ସଙ୍କଟକୁ ଦ୍ଵିଗୁଣିତ କରିଛି । ସେପଟେ ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଅଭିଯାନ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ କଣାସ ଥାନାରେ ଅଭିଯୋଗ କରାଯାଇଛି । ଦୟା ନଦୀ ପାଣି ଜହର ପାଲଟିଥିବା ବେଳେ ଦୂଷିତ ପାନୀୟ ଜଳ ଯୋଗୁ ପୁରୀ ଜିଲା କଣାସ ବ୍ଳକ ଗଡ଼ିଶାଗୋଦା ପଂଚାୟତର ଜାଗୁଳାଇ ପଦର ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗ ଟିମ୍ ଝାଡାବାନ୍ତି ବ୍ୟାପିଥିବା ଗ୍ରାମକୁ ଯାଇ ସଚେତନା କରାଇବା ସହିତ ଦୟା ନଦୀର ଜଳକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ନୂଆଗାଁ ଗ୍ରାମର ସାରଥୀ ପ୍ରଧାନ ଓ ସଚଳା ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ରାତ୍ରରେ ମାଗି ଦଳାଇ ଏବଂ ନଇକୂଳ ପାଟଣା ଗ୍ରାମର ଗୁରେଇ ସେଠୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଦୟା ନଦୀ ପାଣିରେ ଭୂତାଣୁ ଥିବା ସନ୍ଦେହରେ ପାଣି ନ ପିଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.