ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସମେତ ୪ ବଲିଉଡ୍ ଷ୍ଟାରଙ୍କୁ ହତ୍ୟା ଧମକ। ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ। କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଥାନାରେ ଏତଲା ଦେଇଛନ୍ତି ଏହି ୪ ଅଭିନେତା ଓ ଅଭିନେତ୍ରୀ।
ପ୍ରାଥମିକ ସୂଚନା ଅନୁସାରେ, ମେଲ ପଠାଇଥିବା ବ୍ୟକ୍ତି ମେଲ ଶେଷରେ ନିଜର ନାମ ବିଷ୍ଣୁ ବୋଲି ଲେଖିଛି ଏବଂ ମେଲଟି ପାକିସ୍ତାନରୁ [email protected] ଆଇଡିରୁ ଆସିଛି । କେବଳ ଏହି ଅଭିନେତା ଏବଂ ଅଭିନେତ୍ରୀଙ୍କୁ ନୁହେଁ ଏହି ଧମକପୂର୍ଣ୍ଣ ମେସେଜଗୁଡ଼ିକରେ ତାଙ୍କ ପରିବାର ଏବଂ ନିକଟ ସହଯୋଗୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ମେଲରେ ଲେଖାଯାଇଛି ଯେ, ‘ଆମେ ତୁମର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ। ଏକ ସମ୍ବେଦନଶୀଳ ବିଷୟକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ଆମେ ଆପଣଙ୍କୁ ହଇରାଣ କରିବାକୁ ଚାହୁଁନାହୁଁ। ଆପଣଙ୍କୁ ଆମର ଅନୁରୋଧ ଯେ, ଆପଣ ଏହି ବାର୍ତ୍ତାକୁ ବହୁତ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଗୋପନୀୟତା ବଜାୟ ରଖନ୍ତୁ।
ମେଲରେ ଆହୁରି ଲେଖାଯାଇଛି ଯେ, ଯଦି ଆମର ଦାବି ଗ୍ରହଣ କରାନଯାଏ, ତେବେ ରାଜପାଲ ଯାଦବ, ସୁଗନ୍ଧା ମିଶ୍ର ଏବଂ ରେମୋ ଡିସୁଜାଙ୍କୁ ଭୟାଭୟ ପରିଣାମ ଭୋଗିବାକୁ ପଡିବ। ଆଠ ଘଣ୍ଟା ମଧ୍ୟରେ ମେଲ୍ ର ଜବାବ ଦେବାକୁ ଦାବି କରିଛି ମେଲ୍ କରିଥିବା ବ୍ୟକ୍ତି। ମେଲରେ ଏହା ମଧ୍ୟ ଲେଖିଛି ଯେ, ଯଦି ଆମକୁ କୌଣସି ଉତ୍ତର ନ ମିଳେ, ତେବେ ଆମେ ଧରିନେବୁ ଯେ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତେବେ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରାଜପାଲ ଯାଦବଙ୍କ ପତ୍ନୀ ରାଧା ରାଜପାଲ ଯାଦବ ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ ଏକ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଆମ୍ବୋଲି ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୧ (୩ ) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସେପଟେ ଏହି ମାମଲାରେ ସୁଗନ୍ଧା ମିଶ୍ର ଏବଂ ରେମୋ ଡିସୁଜା ମଧ୍ୟ ସମାନ ପ୍ରସଙ୍ଗରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସର କହିବା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ପଠାଯାଇଥିଲା। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ ଏପର୍ଯ୍ୟନ୍ତ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିନାହିଁ।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍