ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁରସ୍କାର

0

ନୂଆଦିଲ୍ଲୀ: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀ ପାଇବେ ପଦକ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ସୁପରିଟେଣ୍ଡଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ସାହସିକତା ପାଇଁ ୬ ଜଣଙ୍କୁ ମିଳିବ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ। ଏସଆଇ ଗିରିଶ ଚନ୍ଦ୍ର ମାଝୀ, ହାବିଲଦାର ପବିତ୍ର କୁମାର ସାହୁ, ଉମେଶ ମୁଣ୍ଡ, ପୀତାମ୍ବର ସତନାମ, କବିଚନ୍ଦ୍ର ରାଉତ, ସୁଶାନ୍ତ କୁମାର ସାହୁଙ୍କୁ ମିଳିବ ପୋଲିସ ସାହସିକତା ପୁରସ୍କାର। କନଷ୍ଟେବଳ ପାରିତୋଷ ମଣ୍ଡଳ, ମହମ୍ମଦ ତୋସିଫ ରବିନା, ଦେବୀ ପ୍ରସାଦ ମହାନ୍ତି ଏସଆଇ ଅବଦୁଲ ଫାୟାଜ, ତ୍ରିଲୋଚନ ବୁଦ୍ଧିଆ, ନରେଶ ଚୌଧୁରୀ, ଏଏସଆଇ ଶରତ ଚନ୍ଦ୍ର ବେହରା, ତେଜବାହାଦୂର ଗୁରୁଜଂଗସ, ହାବିଲଦାର ଅତୁଲ କୁମାର ବିଶ୍ବାଳ, ଜୟନ୍ତୀ ସୁନା, ମନୋଜ କୁମାର ଜେନାଙ୍କୁ ମିଳିବା ପ୍ରସଂଶନୀୟ ସେବା ମେଡାଲ। ସେହିପରି ଅଗ୍ନିଶମ ବାହୀନିରେ ରାଷ୍ଟ୍ରପତି ବିଶିଷ୍ଟ ସେବା ମେଡାଲ ପାଇବେ ଲିଡିଂ ଫାୟାରମ୍ୟାନ୍ ଭ୍ରମରବର ସେଠୀ। ପ୍ରଶଂସନୀୟ ସେବା ପାଇଁ ପ୍ରଶାନ୍ତ କୁମାର ସାହୁ, ବିଶ୍ବରଂଜନ, ଅଭିମନ୍ଯୁ ପ୍ରଧାନ, ନରେନ୍ଦ୍ର କୁମାର ଭଲ୍ଲାଙ୍କୁ ସମ୍ମାନିତ କରାଯିବ। 

Leave A Reply

Your email address will not be published.