ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଆଜିଠୁଁ ଭିତରକନିକା ଓ ଗହୀରମଥାରେ ଡ଼ଲଫିନ ଗଣନା

0

ଭିତରକନିକା: ଆଜିଠୁଁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା। ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜି(ସୋମବାର)ଠୁ ଆରମ୍ଭ ହେବାକୁ ଯାଉଛି ଡଲଫିନ୍‌ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ଅର୍ଥାତ ୨୭ ତାରିଖ ଠାରୁ ୨୯ ତାରିଖ ବୁଧବାର ପର୍ଯ୍ୟନ୍ତ,ତିନିଦିନ ଧରି ଡ଼ଲଫିନ୍‌ ଗଣନା କରାଯିବ। ଧାମରା ମୁହାଣ ଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଏହି ଗଣନା କରାଯିବ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣନା ପାଇଁ ବିଶେଷଜ୍ଞଙ୍କ ଟିମ୍‌ ଗଠନ କରାଯାଇଛି। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍‌ ୯ଟି ଟିମ୍‌ରେ ୪ଜଣ ଲେଖାଏ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜିସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହ ଗଣନା ଚାଲିବ ବୋଲି ସୂଚନା ମିଳିଛି। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍‌ ୯ଟି ଟିମ୍‌ରେ ୪ଜଣ ଲେଖାଏ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଆଜିସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହ ଗଣନା ଚାଲିବ ବୋଲି ସୂଚନା ମିଳିଛି। ଭିତରକନିକା ସଂଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ସାଧାରଣତଃ ୫ ପ୍ରଜାତିର ଯଥା ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଫିନ୍ଲେସ ପାରିପଏସ ଓ ଗାଙ୍ଗଟିକ୍‌ ପ୍ରଜାତିର ଡଲଫିନ ଦେଖା ଯାଇଥାନ୍ତି।

ସୂଚନା ଅନୁଯାୟୀ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ରୁ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି। ବନ ବିଭାଗ ତଥ୍ଯ ଅନୁଯାୟୀ, ୨୦୧୯ ମସିହାରେ ମୋଟ ୧୧୨ ଟି, ୨୦୨୦ ମସିହାରେ ମୋଟ ୬୨ ଟି, ୨୦୨୧ ମସିହାରେ ମୋଟ ୩୪୨ ଟି ଏବଂ ୨୦୨୨ରେ ୫୫୦ଟି ଡଲଫିନ ଗଣନା କରାଯାଇଥିଲା। ୨୦୨୨ରେ ସାରା ଓଡ଼ିଶାରେ ୭୩୩ ଟି ଡ଼ଲଫିନ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଭିତରକନିକା ଜାତୀୟ ଉଦ୍ୟାନରେ ୫୫୦ଟି ଡ଼ଲଫିନ ଚିହ୍ନଟ ହୋଇଥିଲା ଯାହା କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଓ ଭିତରକନିକା ପାଇଁ ଗୌରବ ଆଣିଦେଇଥିଲା।

Leave A Reply

Your email address will not be published.