ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନାଗ ସାପ ଦେଖାଇ କଲେ ଅପହରଣ

0

ବ୍ରହ୍ମପୁର: ୪ ଯୁବକଙ୍କୁ ଅପହରଣ ମାମଲାରେ ଜଣେ ଅଟକ। ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ଦେଇଛନ୍ତି ସୂଚନା। ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସ୍‌ପି କହିଛନ୍ତି। ଭୁବନେଶ୍ବରରୁ ସମସ୍ତଙ୍କୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ ଅପହରଣକାରୀ। ଋଣ କାରବାରକୁ ନେଇ ଅପହରଣ କରିଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣାରେ ଜଣେ ଅପହୃତା ଦିଲ୍ଲୀର ଓ ଅନ୍ୟ ୩ ଜଣ କଟକ ଅଞ୍ଚଳର ବୋଲି ଜଣାପଡିଛି। ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଅଟନ୍ତି। ଉକ୍ତ ଯୁବକଙ୍କୁ ଲୋନ୍ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବା ବେଳେ ଅପହରଣ କରାଯାଇଥିଲା। ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ ଦୁର୍ବୃତ୍ତ। ଏପରିକି ଟଙ୍କା ନଦେଲେ ନାଗ ସାପ ଚୋଟ ଦେବାର ଭୟ ମଧ୍ୟ ଦେଖାଉଥିଲା।

ଚିକିଟି ଗଡ଼ ଗ୍ରାମର ନୂତନଙ୍କ ଘର ବାଡ଼ିପଟେ ଥିବା ଏକ କୁଡ଼ିଆ ମଧ୍ୟରେ ଏମାନଙ୍କୁ ବନ୍ଧକ ରଖାଯାଇଥିଲା। ସେଠାରେ ଏକ ସାପ ବିକାଳି ରହିଛି। ସେଠାରେ ବହୁଳ ମାତ୍ରାରେ ଗଞ୍ଜେଇ ଗଛ ଲାଗିଥିବା ଜଣାପଡିଥିଲା। ନୂତନ ପାତ୍ର ଏବଂ ତାଙ୍କ ସହଯୋଗୀମାନେ ଉକ୍ତ ୪ ଜଣଙ୍କୁ ନର୍ଯାତନା ଦେବା ସହ ଏକ ନାଗ ସାପ ଦେଖାଇ ମାରିଦେବାକୁ ଧମକ ଦେଇ ଡରାଇ ରଖିଥିଲେ। ଅପହୃତ ୪ ଜଣଙ୍କ ମଧ୍ୟରୁ ଜଣେ ରବିବାର ଭୋରରୁ କୌଶଳ କ୍ରମେ ଖସି ଆସି ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ତହସିଲଦାରଙ୍କ କ୍ୱାର୍ଟର ଭିତରେ ପଶି ଆମକୁ ରକ୍ଷା କର ସେମାନେ ଆମକୁ ମାରି ଦେବେ ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ବାହାରକୁ ଆସି ଦେଖିବା ବେଳକୁ ଯୁବକ ଜଣକ ବାରମ୍ବାର ଚେତା ହରାଇ ବସୁଥିଲେ। ସେ ତାଙ୍କ ଡ୍ରାଇଭରଙ୍କୁ ଡାକି ଯୁବକ ଜଣକୁ ପାଣି ପିଇବାକୁ ଦେଇଥିଲେ। ଯୁବକ ଜଣକ ମୋତେ ପୋଲିସରେ ହାଜର କରିବାକୁ ନେହୁରା ହେବାରୁ ତହସିଲଦାର କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ଯୁବକଙ୍କ ସୂଚନା କ୍ରମେ ନୂତନଙ୍କ ଘର ଉପରେ ଚଢାଉ କରିବା ସହ ଗୋଡ଼ ହାତ ବନ୍ଧା ଅବସ୍ଥାରେ ୩ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.