ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୋଲିସ ଇନଫର୍ମର୍ ସନ୍ଦେହରେ ଯୁବକଙ୍କୁ ହାଣିଲେ ମାଓବାଦୀ

0

ଛତିଶଗଡ଼: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ବର୍ବରକାଣ୍ଡ ଭିଆଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ ମାଓବାଦୀ ଦେଖାଇଛନ୍ତି ବର୍ବରତା। ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି।

ମୃତକ ହେଲେ ୪୧ ବର୍ଷୀୟ ଯୁବକ ହିଡ଼ମା ସୋଡି। ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ କାର୍ଯ୍ୟକଳାପ କରୁଥିବାରୁ ତାକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଉଲ୍ଲେଖ କରାଯାଇଛି।

ମୃତ ଯୁବକଙ୍କ ବୟସ ହେଉଛି ୪୧ ବର୍ଷ। ମାଓବାଦୀଙ୍କ ବିରୋଧରେ ସେ ପୁଲିସକୁ ସୂଚନା ଦେଉଥିବା ନେଇ ମାଓବାଦୀଙ୍କୁ ଖବର ମିଳିଥିଲା। ଏହାକୁ ନେଇ ଘରେ ପଶି ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ତେବେ ସତରେ ମୃତ ଯୁବକ ପୁଲିସକୁ ଖବର ଦେଉଥିଲେ କି ନାହିଁ ତାର କୌଣସି ସୂଚନା ମିଳି ନାହିଁ। ଗତ କିଛିଦିନ ହେବ ପୋଲିସର ଏନକାଉଣ୍ଟରରେ ଅନେକ ମାଓବାଦୀ ନିହତ ପରେ ଏବେ ମାଓ ସଙ୍ଗଠନ ରକ୍ତମୁଖା ହୋଇପଡିଛି। ଅନ୍ୟପଟେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.