ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଗିରଫ ହେଲେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁ

0

ବଣେଇ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ବଣେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁ।। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ଚଢାଉ ବେଳେ ଆଖି ଖୋସିଲା ଭଳି ସଂପତ୍ତି ଠାବ ହୋଇଛି। ସେଥିମଧ୍ୟରେ ରହିଛି ଭୁବନେଶ୍ବରରୁ ୨ଟି ଫ୍ଲାଟ୍, ଓଲ୍ଡଟାଉନରେ ୨ ମହଲା କୋଠା, ଭୁବନେଶ୍ବର ଓ ପୁରୀରେ ୯ଟି ଦାମୀକିଆ ଫ୍ଲାଟ୍, ୧୫୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ନଗଦ ୨ଲକ୍ଷ ଟଙ୍କା।

ସେହିପର, ଇଭୋସ୍ ଗାଲାକ୍ସିରେ ଫ୍ଲାଟ୍ ପାଇଁ ୧୫.୭୫ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ଦେଇଥିଲେ ପିଏ ବାବୁ। ଗୋଟିଏ ଦାମୀ କାର ମଧ୍ୟ ରହିଛି ପିଏ ବାବୁଙ୍କର। ଆଦିବାସୀଙ୍କ ବିକାଶ ବା ଉନ୍ନୟନ ମୁଳକ କାମ ପାଇଁ ଆସିଥିବା ଟଙ୍କା ବାଟମାରଣା ଅଭିଯୋଗ ଆସିଥିଲା। ଯାହାକୁ ନେଇ ରେଡ୍ କରିଥିଲା ବିଜିଲାନ୍ସ ଟିମ୍। ଆଉ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଛାପା ମାରିବା ପରେ, ସାମନାକୁ ଆସିଛି ଏହି ଅମାପ ସମ୍ପତିର ଲମ୍ୱା ତାଲିକା।

Leave A Reply

Your email address will not be published.