ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ପରବର୍ତ୍ତନ ହେବ ରାଜସ୍ୱ ନିୟମ : ରାଜସ୍ୱ ମନ୍ତ୍ରୀ

0

ଭୁବନେଶ୍ବର: ଖୁବଶୀଘ୍ର ପରବର୍ତ୍ତନ ହେବ ବହୁ ରାଜସ୍ୱ ନିୟମ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ରାଜସ୍ବ ସେବାର ବହୁ ନିୟମର ଖୁବଶୀଘ୍ର ସରକାର ପରବର୍ତ୍ତନ ଆଣିବେ। ସେଥିମଧ୍ୟରେ ଓଡ଼ିଶା ପ୍ରିଭେନସନ ଅଫ୍‌ ଲ୍ୟାଣ୍ଡ୍‌ ଏନକ୍ରୋଚ୍‌ମେଣ୍ଟ ଆକ୍ଟ ଏବଂ ଓଡ଼ିଶା ଲ୍ୟାଣ୍ଡ୍‌ ସେଟଲମେଣ୍ଟ ଆକ୍ଟରେ ଅନେକ ସଂଶୋଧନ ରହିଛି।

ସୋମବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସଂଶୋଧନ ପରେ ୪ ଡେସିମିଲରୁ କମ୍‌ ଜମି ଥିବା ଲୋକଙ୍କୁ ଭୂମିହୀନ ଭାବରେ ପରିଗଣିତ କରାଯିବ। ଯାହାର ୨ ଡେସିମିଲ ଜମି ଥିବ ତାଙ୍କୁ ଅତିରିକ୍ତ ଦୁଇ ଡେସିମିଲ ଜମି ଦିଆଯିବ। ଯାହାର ୩ ଡେସିମିଲ ଥିବ ତାକୁ ୧ ଡେସିମିଲ ଜମି ଦିଆଯିବ। ସେମାନଙ୍କ ଜମିଥିବା ସ୍ଥାନରେ ଅତିରିକ୍ତ ଜମି ଦେବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯିବ।

ସରକାରଙ୍କ ଠାରୁ ମିଳୁଥିବା ଏହି ଜମିକୁ ୧୦ ବର୍ଷ ପରେ ହିତାଧିକାରୀମାନେ ପୂର୍ବରୁ ବିକ୍ରି କରି ପାରୁଥିଲେ। ମାତ୍ର ନୂଆ ନିୟମରେ ଏହି ଜମି ଆଦୌ ବିକ୍ରି ହୋଇପାରିବ ନାହିଁ ବରଂ ଉତ୍ତରାଧିକାରୀ ସୂତ୍ରରେ ପିଢ଼ି ପରେ ପିଢ଼ିଙ୍କ ପାଖକୁ ଯିବ। ରାଜସ୍ୱ ସେବାରେ ଅନେକ ନିୟମ ଆସିବ। ପ୍ରଚଳିତ ସମସ୍ତ ନିୟମର ସରଳୀକରଣ କରାଯିବ। ଲୋକେ ସହଜରେ ବିଭିନ୍ନ ସାର୍ଟିଫିକେଟ ପାଇ ପାରିବେ, ସେନେଇ ମଧ୍ୟ ନୂଆ ଗାଇଡ ଲାଇନ ଆସିବ ବୋଲି ରାଜସ୍ବମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.