ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ପୁଣି ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ

0

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ଏକ ଅଘଟଣ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଏଠାରେ ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଟେଣ୍ଟରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ଏଯାଏଁ ମିଳିନାହିଁ।

ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା ଶ୍ରଦ୍ଧାଳୁଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅଧିକ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି।

ସୂଚନାଥାଉକି, ସେକ୍ଟର ୧୮ର ଯେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ବହୁ ସଂଖ୍ୟକ ସାଧୁସନ୍ଥ ବସବାସ କରନ୍ତି। ସେକ୍ଟର ୧୭ ଓ ୧୮ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାରୁ ନିଆଁ ଲାଗିବା ଯୋଗୁଁ ସେହି ରାସ୍ତାକୁ ସିଲ୍‌ କରି ଦିଆଯାଇଛି। କୌଣସି ଅଘଟଣ ଘଟିବା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି। ସେକ୍ଟର ୧୮ରେ ୩୦୦ ଟେଣ୍ଟ ଥିବା ସୂଚନା ରହିଛି।

ଏହା ଅଗ୍ନିକାଣ୍ଡର ତୃତୀୟ ଘଟଣା ବୋଲି କୁହାଯାଉଛି। ଏହାପୂର୍ବରୁ ମହାକୁମ୍ଭରେ ଜାନୁଆରୀ ୩୦ତାରିଖରେ ସେକ୍ଟର -୨୨ ରେ ଅନେକ ଟେଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଥିଲା। ସେହିପରି ଜାନୁଆରୀ ୧୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ନିଆଁ ଲାଗିଯାଇଥିଲା। ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା।

Leave A Reply

Your email address will not be published.