ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ପୁଣି ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ

0

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ଏକ ଅଘଟଣ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଏଠାରେ ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ନେଇ ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଟେଣ୍ଟରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ଏଯାଏଁ ମିଳିନାହିଁ।

ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା ଶ୍ରଦ୍ଧାଳୁଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅଧିକ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି।

ସୂଚନାଥାଉକି, ସେକ୍ଟର ୧୮ର ଯେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ବହୁ ସଂଖ୍ୟକ ସାଧୁସନ୍ଥ ବସବାସ କରନ୍ତି। ସେକ୍ଟର ୧୭ ଓ ୧୮ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାରୁ ନିଆଁ ଲାଗିବା ଯୋଗୁଁ ସେହି ରାସ୍ତାକୁ ସିଲ୍‌ କରି ଦିଆଯାଇଛି। କୌଣସି ଅଘଟଣ ଘଟିବା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି। ସେକ୍ଟର ୧୮ରେ ୩୦୦ ଟେଣ୍ଟ ଥିବା ସୂଚନା ରହିଛି।

ଏହା ଅଗ୍ନିକାଣ୍ଡର ତୃତୀୟ ଘଟଣା ବୋଲି କୁହାଯାଉଛି। ଏହାପୂର୍ବରୁ ମହାକୁମ୍ଭରେ ଜାନୁଆରୀ ୩୦ତାରିଖରେ ସେକ୍ଟର -୨୨ ରେ ଅନେକ ଟେଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିରେ ୧୫ଟି ଟେଣ୍ଟ୍ ଜଳି ପାଉଁଶ ହୋଇଯାଇଥିଲା। ସେହିପରି ଜାନୁଆରୀ ୧୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ନିଆଁ ଲାଗିଯାଇଥିଲା। ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା।

Leave A Reply

Your email address will not be published.