ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପପୁଲାର ନର୍ସିଂହୋମ୍‌ ସିଲ୍‌

0

କଟକ: ପପୁଲାର ନର୍ସିଂହୋମ୍‌ ସିଲ୍‌। ବିନା ଫାୟାର ସେଫ୍ଟି ଓ ଲାଇସେନ୍ସରେ ଚାଲିଥିବା ମଙ୍ଗଳାବାଗ ଥାନା ଅଞ୍ଚଳରେ ପପୁଲାର ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ବୁଧବାର ସିଲ୍‌ କରାଯାଇଛି। କଟକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଡ ଡିଭିଜନାଲ ମେଡିକାଲ ଅଫସିର (ଏଫ୍‌ଡବ୍ଲ୍ୟୁ) ଡା. ଚିନ୍ତାମଣି ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ସ୍ଥାନୀୟ ପୋଲିସ ଉପସ୍ଥିତିରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରିଥିଲା।

ଏନେଇ ଡା. ମିଶ୍ର କହିଛନ୍ତି, ୨୦୧୫ରୁ ଉକ୍ତ ନର୍ସିଂହୋମ୍‌ର ଲାଇସେନ୍ସ ଅବଧି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାକୁ ପୁନଃ ପଞ୍ଜୀକରଣ କରାଯାଇ ନାହିଁ। ଏଥିସହ ପିସିପିଏନ୍‌ଟିଟିର ଏକ କ୍ଲିନିକ୍‌ ଚାଲିଥିଲେ ମଧ୍ୟ ତାହାର ଲାଇସେନ୍ସ ନ ଥିଲା। ଏପରି କି ନର୍ସିଂହୋମ୍‌ର ଫାୟାର ସେଫ୍ଟି ବ୍ୟବସ୍ଥା ନାହିଁ। ପୂର୍ବରୁ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିବା ସତ୍ତ୍ୱେ ସେ ନିୟମ ମାନି ନ ଥିଲେ। ଏନେଇ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଫଳରେ ଜିଲାପାଳ ଉକ୍ତ ନର୍ସିଂହୋମ୍‌ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଉକ୍ତ ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲର ଡା. ବାଦଲ ମହାନ୍ତି କହିଛନ୍ତି, ପୁରୁଣା କୋଠା ଥିବାରୁ ଫାୟାର ସେଫ୍ଟି ନ ମିଳିବାରୁ ଲାଇସେନ୍ସ ହୋଇପାରୁ ନ ଥିଲା। ଏହା ପୂର୍ବରୁ ସମସ୍ତ ଲାଇସେନ୍ସ ଓ କାଗପତ୍ର ଥିଲା ବୋଲି ସେ କହିଛନ୍ତି।

Leave A Reply

Your email address will not be published.