ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପପୁଲାର ନର୍ସିଂହୋମ୍‌ ସିଲ୍‌

0

କଟକ: ପପୁଲାର ନର୍ସିଂହୋମ୍‌ ସିଲ୍‌। ବିନା ଫାୟାର ସେଫ୍ଟି ଓ ଲାଇସେନ୍ସରେ ଚାଲିଥିବା ମଙ୍ଗଳାବାଗ ଥାନା ଅଞ୍ଚଳରେ ପପୁଲାର ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲ୍‌କୁ ବୁଧବାର ସିଲ୍‌ କରାଯାଇଛି। କଟକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଡ ଡିଭିଜନାଲ ମେଡିକାଲ ଅଫସିର (ଏଫ୍‌ଡବ୍ଲ୍ୟୁ) ଡା. ଚିନ୍ତାମଣି ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ସ୍ଥାନୀୟ ପୋଲିସ ଉପସ୍ଥିତିରେ ଉକ୍ତ ନର୍ସିଂହୋମ୍‌କୁ ସିଲ୍‌ କରିଥିଲା।

ଏନେଇ ଡା. ମିଶ୍ର କହିଛନ୍ତି, ୨୦୧୫ରୁ ଉକ୍ତ ନର୍ସିଂହୋମ୍‌ର ଲାଇସେନ୍ସ ଅବଧି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାକୁ ପୁନଃ ପଞ୍ଜୀକରଣ କରାଯାଇ ନାହିଁ। ଏଥିସହ ପିସିପିଏନ୍‌ଟିଟିର ଏକ କ୍ଲିନିକ୍‌ ଚାଲିଥିଲେ ମଧ୍ୟ ତାହାର ଲାଇସେନ୍ସ ନ ଥିଲା। ଏପରି କି ନର୍ସିଂହୋମ୍‌ର ଫାୟାର ସେଫ୍ଟି ବ୍ୟବସ୍ଥା ନାହିଁ। ପୂର୍ବରୁ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରାଯାଇଥିବା ସତ୍ତ୍ୱେ ସେ ନିୟମ ମାନି ନ ଥିଲେ। ଏନେଇ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଫଳରେ ଜିଲାପାଳ ଉକ୍ତ ନର୍ସିଂହୋମ୍‌ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଉକ୍ତ ନର୍ସିଂହୋମ୍‌ ଆଣ୍ଡ୍‌ ହସ୍ପିଟାଲର ଡା. ବାଦଲ ମହାନ୍ତି କହିଛନ୍ତି, ପୁରୁଣା କୋଠା ଥିବାରୁ ଫାୟାର ସେଫ୍ଟି ନ ମିଳିବାରୁ ଲାଇସେନ୍ସ ହୋଇପାରୁ ନ ଥିଲା। ଏହା ପୂର୍ବରୁ ସମସ୍ତ ଲାଇସେନ୍ସ ଓ କାଗପତ୍ର ଥିଲା ବୋଲି ସେ କହିଛନ୍ତି।

Leave A Reply

Your email address will not be published.