ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ରାଜ୍ୟର ୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି। ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆଇସିୟୁ କାର୍ଯ୍ୟକାରୀ ହେବ ବୋଲି ଆଜି ବଜେଟ ପୂର୍ବରୁ ବିଧାନସଭାରେ ଅନୁଷ୍ଠିତ ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି।
ଅନ୍ୟପଟେ, ରାଜ୍ୟରେ ଖାଲିପଡିଥିବା ୫୨୪୮ଟି ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଚଳିତ ବର୍ଷ ୫୨୪୮ ଏମବିବିଏସ ଡାକ୍ତର ପଦ ପୂରଣ ହେବା ସହିତ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ପୂରଣ ହେବ। ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି। ଫଳରେ ବ୍ୟୟବରାଦ ୩ ଲକ୍ଷ କୋଟି ଟଙ୍କା ଛୁଇଁବା ସମ୍ଭାବନା ରହିଛି।

Leave A Reply

Your email address will not be published.