ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶ୍ରୀଜଗନ୍ନାଥ ଯୋଜନା:ବିନା ବସ୍‌ ଭଡ଼ାରେ ହେବ ଜଗା ଦର୍ଶନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଶ୍ରୀଜଗନ୍ନାଥ ପ୍ରେମିଙ୍କ ପାଇଁ ଖୁସି ଖବର ରହିଛି। ଏଥିର ନୂଆ କରି ବଜେଟରେ ଶ୍ରୀଜଗନ୍ନାଥ ଯୋଜନା ଯୋଡି ହୋଇଛି। ଏନେଇ ବଜେଟରେ ୩୦ କୋଟି ଟଙ୍କା ବ୍ୟବବରାଦ କରାଯାଇଛି। ଜିଲା ସଦର ମହକୁମାରୁ ଶ୍ରଦ୍ଧାଳୁ ମାଗଣାରେ ବସ୍‌ରେ ଆସି ଜଗା ଦର୍ଶନ କରି ମହାପ୍ରଭୁଙ୍କ ଅବଢ଼ା ଖାଇବେ।

ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର। ରତ୍ନ ସିଂହାସନରେ ବିରାଜମାନ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରତିଟି ଓଡିଆଙ୍କ ଇଚ୍ଛା। ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବାକୁ ନୂଆ ଯୋଜନା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଆରମ୍ଭ କରାଯାଉଛି। ପ୍ରତ୍ୟେକ ଜିଲ୍ଲା ସଦରମହକୁମାରୁ ଜଗନ୍ନାଥ ଦର୍ଶନ ପାଇଁ ସ୍ବତନ୍ତ୍ର ବସରେ ଗରିବ ଭକ୍ତମାନେ ମାଗଣାରେ ପୁରୀ ଆସି ଜଗା ଦର୍ଶନ କରିବେ ଓ ମହାପ୍ରସାଦ ସେବନ କରିପାରିବେ।

ଐତିହ୍ୟ, ସ୍ମାରକୀର ସମନ୍ବିତ ଏବଂ ପର୍ଯ୍ୟଟନସ୍ଥଳର ମୌଳିକ ସୁବିଧା ବୃଦ୍ଧି ଯୋଜନା ଅଧୀନରେ ପ୍ରାୟ ୨ଶହ ୨୫ଶହ କୋଟି ଟଙ୍କାରେ କେନ୍ଦୁଝର ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିସରର ବିକାଶ କରାଯିବ। ସେହିପରି ଢେଙ୍କାନାଳ ଜିଲାର ଯୋରନ୍ଦାରେ ଥିବା ମହିମା ଗାଦିର ବିକାଶ କାର୍ଯ୍ୟ ଏବଂ ସେଠାରେ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଏହାଦ୍ୱାରା ଯୋରନ୍ଦା ମହିମା ଗାଦି ଦେଶର ଏକ ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ପରିଗଣିତ ହେବ। ପୁରୀର ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିର ପାର୍ଶ୍ୱଞ୍ଚଳର ବିକାଶ କରାଯିବ।

Leave A Reply

Your email address will not be published.