ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍

0

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା। ଏଥିରେ କୁହାଯାଇଥିଲା, ସମସ୍ତ ଡ୍ରଗ୍ସ ଇନସ୍ପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ଏକତ୍ର କରିବେ। ଏହି ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍। ଆମେ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ଆଣ୍ଟିବାଇଓଟିକ୍ସ, ଗ୍ୟାସ୍ ମେଡିସିନ୍, ଥାଇରଏଡ୍, କୋଲଷ୍ଟ୍ରଲ୍ ଭଲି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଯାହାକୁ ନେଇ ଏବେ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ସବୁ ଔଷଧ ଖାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ତେବେ ସିଡିଏସସିଓ ପକ୍ଷରୁ ଏହି ଔଷଧ ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯାଇଥିବା ବେଳେ ଏଥିରୁ ୮୪ଟି ମେଡିସିନ୍ ନିମ୍ନମାନର ବୋଲି ଜଣାପଡିଛି। ଡିସେମ୍ବର ୨୦୨୪ରେ ଆସିଥିବା ନୂଆ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଫେଲ୍ ମାରିଛି। ଏଥିରେ ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଏବଂ ଜୀବାଣୁ ସଂକ୍ରମଣ ଭଳି ସାମାନ୍ୟ ସ୍ଥିତି ପାଇଁ ନିର୍ଦ୍ଧାରିତ ଥିବା ମେଡିସିନ ସାମିଲ୍ ରହିଛି। ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି। ଏନଏସକ୍ୟୁ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ଗୋଟିଏ କିମ୍ବା ଦ୍ବିତୀୟ ନିର୍ଦ୍ଧିଷ୍ଟ ଗୁଣବତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ।

Leave A Reply

Your email address will not be published.