ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି

0

ଭୁବନେଶ୍ବର: ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି। ଭୁବନେଶ୍ୱର ଲୋୟର ପିଏମଜିରେ ଲାଠିଚାର୍ଜ। ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛନ୍ତି କଂଗ୍ରେସ କର୍ମୀ। କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ହୋଇଛନ୍ତି। ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ କର୍ମୀ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଛାଉଣୀ ହୋଇଛି। ଧସ୍ତାଧସ୍ତିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

ଏହି ସମୟରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ବ୍ୟାରିକେଡ ଭାଙ୍ଗିବା ବେଳେ ଲାଠିଚାର୍ଜ ହୋଇଛି। ଲାଠିଚାର୍ଜବେଳେ ଚେୟାର ଫୋପାଡ଼ିଛନ୍ତି କଂଗ୍ରେସ କର୍ମୀ। ପୋଲିସ ଉପରକୁ ଟେକାପଥର ଓ ଟମାଟୋ ମାଡ଼ କରିଛି କଂଗ୍ରେସ। ପୋଲିସର ଶେଷ ବି ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ ଚେଷ୍ଟା କରିଛି। ଯାହାଦ୍ୱାରା ବିଧାନସଭା ଘେରାଉ କରିପାରିବ।

ଲୋୟର ପିଏମଜିରେ ମୁହାଁମୁହିଁ ହେଲେ ପୋଲିସ ଓ କଂଗ୍ରେସ କର୍ମୀ। ପରିସ୍ଥିତି ଅଣାୟତ୍ତ ହେବାରୁ ଲାଠିଚାର୍ଜ କଲା ପୋଲିସ। ପୋଲିସ ଉପରକୁ କଂଗ୍ରେସକର୍ମୀଙ୍କୁ ପଥରମାଡ଼। ଚେୟାର ସହ ବୋତଲ ଫିଙ୍ଗିଲେ କର୍ମୀ। ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରୁଛି ପୋଲିସ। ପୋଲିସ୍‌ଙ୍କ ଉପରକୁ କର୍ମୀ ଫିଙ୍ଗିଲେ ଢ଼େଲା ଏବଂ ଚେୟାର।

Leave A Reply

Your email address will not be published.