ଭୁବନେଶ୍ବର: ଭୁବନେଶ୍ବରରେ ସମାଜବାଦୀ ପାର୍ଟ ମୁଖ୍ୟ ଅଖିଳେଶ ଯାଦବ। ଭୁବନେଶ୍ବରରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବଙ୍କ ସହ ଓଡିଶା ଆସିଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଅନ୍ୟପକ୍ଷେ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ହେଉଛି। ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ନେଇ ସସ୍ପେନ୍ସ ବଢ଼ାଇଛି। ଭୁବନେଶ୍ୱରରେ ପହଞ୍ଚିଲା ପରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ସୂର୍ଯ୍ୟନଗର ସ୍ଥିତ ବାସଭବନରେ ଭେଟିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।
“ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା ହୋଇଛି। ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ। ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ”, ବୋଲି କହିଛନ୍ତି ଅଖିଳେଶ ଯାଦବ। ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, “ସାମାଜିକ ନ୍ୟାୟ ଓ ସମ୍ବିଧାନର ରକ୍ଷା କରିବା ଆମର ଲକ୍ଷ୍ୟ। ଜାତିଗତ ଜନଗଣନା ହେବା ଉଚିତ। ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାକୁ ଲଢ଼େଇ କରୁଛୁ। ତେବେ ଏହି ଖବର ପ୍ରକାଶ କରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ସସ୍ପେନ୍ସ ମଧ୍ୟ ବଢ଼ିଛି।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ