ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

0

ନୂଆଦିଲ୍ଲୀ: ଦେଶରେ ୩୫ଟି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ ନିଷିଦ୍ଧ କରାଯାଇଛି। ଯେଉଁଥିରେ ଏକ ନିଶ୍ଚିତ ପରିମାଣର ଔଷଧ ଉତ୍ପାଦନ ମିଶ୍ରଣ କରାଯାଉଛି। ଏହି ସବୁ ଔଷଧକୁ ବିନା ଅନୁମତିରେ ବିକ୍ରି କରାଯାଉଥିବା ବେଳେ ଏସବୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଉଛି। ଏପରି କିଛି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା (CDSCO) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକମାନଙ୍କୁ ଏକ ଚିଠି ଲେଖିଛନ୍ତି। ତେବେ ଏସବୁ ଔଷଧ ମଧ୍ୟରେ ପେନ୍ କିଲର, ଭିଟାମିନ ଔଷଦ ଓ ମଧୁମେହ ରୋଗର ମଧ୍ୟ ଔଷଧ ଅନ୍ତର୍ଭୁକ୍ତ ଅଛି।

ଫିକ୍ସ ଡୋଜ୍ ମିଶ୍ରଣ ଔଷଧ (ଏଫଡିସି) ଲାଇସେନ୍ସ ପ୍ରଦାନ ବେଳେ ସମୀକ୍ଷା କରିବାକୁ CDSCO ସମସ୍ତ ଔଷଧ ନିୟନ୍ତ୍ରକମାନଙ୍କୁ କହିଛନ୍ତି। ଏଥସହିତ ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ ୧୯୪୦ ଏବଂ ନିୟମାବଳୀର କଡ଼ା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଫଡିସି ହେଉଛି ସେହି ଔଷଧ ଯେଉଁଥିରେ ଏକ ସ୍ଥିର ଅନୁପାତରେ ଦୁଇ କିମ୍ବା ଅଧିକ ସକ୍ରିୟ ଔଷଧୀୟ ଲବଣ ମିଶ୍ରିତ ଥାଏ। କିଛି ଏଫଡିସି ଔଷଧର ସୁରକ୍ଷା ଯାଞ୍ଚ ନ କରାଯାଇ ଲାଇସେନ୍ସ ଦିଆଯାଇଛି ବୋଲି ସର୍ବୋଚ୍ଚ ଔଷଧ ନିୟାମକ ଜାଣିବାକୁ ପାଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଡକ୍ଟର ରାଜୀବ ରଘୁବଂଶୀ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ପଠାଯାଇଥିବା ଏକ ଚିଠିରେ ପ୍ରକାଶ କରିଛନ୍ତି ଯେ ବିନା ଅନୁମତିରେ ଏଫଡିସି ଔଷଧ ବିକ୍ରୟ ଓ ବଣ୍ଟନ କରାଯାଉଛି।

Leave A Reply

Your email address will not be published.