ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଚଳିତ ବର୍ଷ ମୌସୁମୀ ଋତୁ ରେ ସ୍ଵାଭାବିକ ବର୍ଷା

0

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ରହିବ ବୋଲି ଆଇ ଏମ୍ ଡି (ଭାରତୀୟ ପାଣିପାଗ ବିଭାଗ) ଆକଳନ କରିଛି। ପ୍ରେସମିଟ କରି ଏହି ଆଶ୍ୱସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶ ରେ ହାରାହାରି ୮୭.୦ ସେମି ବର୍ଷା ହେଉଥିବା ବେଳେ ଚଳିତ ବର୍ଷ ୯୬% ଏଲ ପି ଏ ( ମଡେଲ ତୃଟି +୫ କିମ୍ୱା -୫ ପ୍ରତିଶତ) ରହିପାରେ। ଅର୍ଥାତ୍ ଚଳିତ ବର୍ଷ ପାଖାପାଖି ୮୩.୫ ସେମି ବର୍ଷା ହେବାର ସମ୍ଭାବନା ରହିଛି।

ବିଭିନ୍ନ ଡାଇନାମିକାଲ ଓ ଷ୍ଟାଟେଷ୍ଟିକାଲ ମଡେଲ କୁ ଅନୁଧ୍ୟାନ କରି ଏହି ପୂର୍ବାନୁମାନ କରାଯାଇଛି। ମୌସୁମୀ କୁ ବିଭିନ୍ନ କାରକ ଯଥା ଏଲନିନୋ, ଆଇ ଓ ଡି, ଉତ୍ତର ଗୋଲାର୍ଦ୍ଧ ର ବିଭିନ୍ନ ଅଞ୍ଚଳ ସ୍ନୋ ର ଉପସ୍ଥିତି ର ପରିମାଣ ଇତ୍ୟାଦି କୁ ଅନୁଧ୍ୟାନ କରି ପୂର୍ବାନୁମାନ କରାଯାଇଥାଏ।

ତେବେ ଚଳିତ ବର୍ଷ ବିଷୁବ ରେଖା ନିକଟସ୍ଥ ପ୍ରଶାନ୍ତ ମହାସାଗର ରେ ଜୁନ ମାସ ରେ ଏଲନିନୋ ବିକଶିତ ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବ ରେ ମୌସୁମୀ ଦ୍ଵିତୀୟ ପର୍ଯ୍ୟାୟ ରେ ପ୍ରଭାବିତ ହୋଇପାରେ। ଅନ୍ୟପଟେ ପଜେଟିଭ ଆଇ ଓ ଡି ମୌସୁମୀ ବର୍ଷା କୁ ସ୍ଵାଭାବିକ କରିବାରେ ସହାୟକ ହେବ। ସେହିପରି ଇଉରୋପ ଓ ଏସିଆ ର ଅନେକ ଅଞ୍ଚଳ ରେ ଚଳିତ ବର୍ଷ କମ୍ ବରଫ ଜମିଥିବା ହେତୁ ମୌସୁମୀ ବର୍ଷା କୁ ସ୍ଵାଭାବିକ କରାଇବାରେ ସହାୟକ ହେବ ବୋଲି ଆକଳନ କରାଯାଇଛି। ତେବେ ମଇ ମାସ ଶେଷ ସପ୍ତାହ ରେ ଚଳିତ ବର୍ଷ ମୌସୁମୀ ବାୟୁ , ଦେଶ ରେ ବର୍ଷା ର ବିତରଣ ସଂପର୍କ ରେ ଅଧିକ ସ୍ପଷ୍ଟ ଆକଳନ ପ୍ରକାଶ ପାଇବ।

(ସାର୍ଥକ ମିଶ୍ର)

Leave A Reply

Your email address will not be published.