ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଏଣିକି ୩୦୦୦ ଟଙ୍କା ହେବ ଭତ୍ତା ରାଶି

0

ଭୁବନେଶ୍ବର: ରାଜ୍ୟରେ ୩ ହଜାର ବଢିବ ଭତ୍ତା ଟଙ୍କା। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ। ଏହି ଭତ୍ତା ରାଶି ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ବୋଲି ଆଜି (ମଙ୍ଗଳବାର) ସୂଚନା ଦେଇଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ। ଅର୍ଥ ବିଭାଗର କ୍ଲିୟରାନ୍ସ ନେବା ପରେ ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ଭତ୍ତା ରାଶି ବୃଦ୍ଧି କରିବା ପାଇଁ ପୂର୍ବରୁ ନିର୍ବାଚନ ସମୟରେ ବିଜେପି ନିଜ ଇସ୍ତାହାରରେ ପ୍ରତିଶୃତି ଦେଇଥିଲା। ସେହି ପ୍ରତିଶୃତିକୁ ରକ୍ଷା କରିବାକୁ ରାଜ୍ୟରେ ୩ ହଜାର ଭତ୍ତା ଟଙ୍କା ବୃଦ୍ଧି କରାଯିବ। ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏନେଇ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି। ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ରାଜ୍ୟରେ ପୂର୍ବତନ ବିଜେଡି ସରକାର ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ପ୍ରଦାନ କରୁଥିଲେ। ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ବୃଦ୍ଧି କରିଥିଲେ। ଏହାପରେ ହିତାଧିକାରୀମାନେ ସର୍ବନିମ୍ନ ଭତ୍ତା ରାଶି ୧୦୦୦ ଟଙ୍କା ପାଉଥିଲେ। ଏବେ ବିଜେପି ସରକାର ଏହାକୁ ୩ ହଜାରକୁ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.