ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଆସ୍ଥା ଭୋଟରେ ବିଜୟୀ ହେଲେ ହେମନ୍ତ ସୋରେନ

0

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ।ଝାଡ଼ଖଣ୍ଡ ବିଧାନସଭାରେ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଜାମିନରୁ ଆସିବା ପରେ ସରକାର ଗଢ଼ିବାକୁ ପ୍ରସ୍ତାବ ଦେବା ସହ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୋରେନ। 

୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱରେ ଶାସକ ଦଳ ପାଖରେ ୪୫ ଜଣ ବିଧାୟକ ଅଛନ୍ତି, ଯେଉଁଥିରେ ଜେଏମଏମର ୨୭ ଜଣ, କଂଗ୍ରେସର ୧୭ ଏବଂ ରାଷ୍ଟ୍ରୀୟ ଜନତା ଦଳ ର ଜଣେ ବିଧାୟକ ଅଛନ୍ତି।

ପ୍ରକାଶ ଥାଉକି, ଜମି ଦୁର୍ନୀତି ମାମଲାରେ ଜାନୁଆରୀ ୩୧ରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗରିଫ କରିଥିଲା। ଗିରଫର କିଛି ଘଣ୍ଟା ପୂର୍ବରୁ ପଦରୁ ଇସ୍ତଫା ଦେଇଥିଲେ ସୋରେନ। ଏହାପରେ ଚମ୍ପାଇ ସୋରେନ ଝଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଦୀର୍ଘ ଦିନର ନ୍ୟାୟିକ ପ୍ରକ୍ରିୟା ପରେ ଜୁନ୍ ୨୮ରେ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେଇଥିଲେ। ଜାମିନରୁ ଆସିବା ପରେ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମନ୍ତ। ଆଜି ଆସ୍ଥା ଭୋଟରେ ମଧ୍ୟ ବିଜୟ ହୋଇଛନ୍ତି। ତେବେ ଆସ୍ଥା ଭୋଟରେ ବିଜୟ ପରେ ସୋରେନ କ୍ୟାବିନେଟ ସମ୍ପ୍ରସାରଣ କରିବା ନେଇ ଆଶା କରାଯାଉଛି। 

Leave A Reply

Your email address will not be published.