ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରାହୁଲଙ୍କ ଘରକୁ ୧ କିଲୋ ଜଲେବି ପଠାଇଲା ଭାଜପା

0

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ଫଳାଫଳ ଜଣାପଡିବା ପରେ ଏବେ ଜଲେବି ଚର୍ଚ୍ଚା ଜୋର୍ ଧରିଛି। ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସ ଭବନକୁ ଏକ କିଲୋ ଜଲେବି ପାର୍ସଲ କରିଛି ଭାଜପା। ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ। ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି ଦଳ। ରାହୁଲଙ୍କ ପାଇଁ ୧ କିଲୋ ଜଲେବି ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ପଠାଇଛି ଦଳ।

ହରିୟାଣା ବିଧାନସଭା ନିର୍ବାଚନରେ ଜଲେବି ପ୍ରସଙ୍ଗ ଏକ ରୋଚକ ବିଷୟ ଥିଲା l ହରିୟାଣାରେ କଂଗ୍ରେସ ନିର୍ବାଚନ ହାରିବା ପରେ ଏହି ଜଲେବି ପ୍ରସଙ୍ଗକୁ ନେଇ ଦଳକୁ ଟାର୍ଗେଟ୍‌ କରିଛି ବିଜେପି । ରାହୁଲ ଗାନ୍ଧିଙ୍କ ଘରକୁ ଏକ କିଲୋ ଜଲେବି ପଠାଇବା ସହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଇଛି ବିଜେପି। ଏକ ସ୍କ୍ରିନସଟ୍‌ ସହ ଏକ୍ସରେ ଏକ ପୋଷ୍ଟ କରି ବିଜେପି ଲେଖିଛି ଯେ, “ବିଜେପି(ହରିଆଣା) ର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଏକ କିଲୋ ଜଲେବି ପଠାଯାଇଛି।’’ ପୋଷ୍ଟ ହୋଇଥିବା ସ୍କ୍ରିନ୍‌ସଟଟି ଏକ ଫୁଡ୍‌ ଡେଲିଭରି ଆପ୍‌।

କହିରଖୁଛୁ ଯେ, ହରିୟାଣା ବିଧାନସଭା ନିର୍ବାଚନୀ ପ୍ରଚାରରେ ରାହୁଲ ବିଜେପିକୁ ଟାର୍ଗେଟ କରି କହିଥିଲେ, ଏହି ଅଞ୍ଚଳରେ ବିପୁଳ ପରିମାଣର ଜଲେବି ତିଆରି ହେବ ଓ ଦେଶ ସାରା ବିକ୍ରି କରାଯିବ। ଏହି ଜଲେବି ରପ୍ତାନି ରୋଜଗାର ଓ ରାଜସ୍ବକୁ ପ୍ରୋତ୍ସାହିତ କରିବ। କିନ୍ତୁ କେନ୍ଦ୍ରର ଜିଏସ୍‌ଟି, ସାମଗ୍ରୀ ଓ ସେବା କର ପ୍ରକ୍ରିୟା ହେତୁ ଜଲେବି ବିକାଳି ବହୁ କ୍ଷତି ସହିଛନ୍ତି। ଯାହାକି ଆଗାମୀ ଦିନରେ ଘଟିବ ନାହିଁ ବୋଲି କହିଥିଲେ ରାହୁଲ। କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ କହିଥିଲେ, ରାହୁଲ ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ ତାହା ବୋଧେ ଜାଣିନାହାନ୍ତି।

Leave A Reply

Your email address will not be published.