ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ମହାକୁମ୍ଭ ମେଳାରେ ଦଳାଚକଟା

0

ଉତ୍ତରପ୍ରଦେଶ: ମହାକୁମ୍ଭ ମେଳାରେ ମହା ଅଘଟଣ। ଅମାବାସ୍ୟାରେ ଅମୃତ ସ୍ନାନ ପରିବର୍ତ୍ତେ ଶ୍ମଶାନ ପାଲଟିଲା ଠିକଣା। ମହାକୁମ୍ଭ ମେଳାରେ ଦଳାଚକଟା କାରଣରୁ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଅନେକ ଆହତ ଚିକିତ୍ସାଧୀନ ଅଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଏପରି ସ୍ଥିତି ଦେଖିବାକୁ ମିଳିଛି।

ଗଦା ଗଦା କପଡ଼ା, ଚପଲ, ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ସବୁ ଛିନଛତ୍ର ହୋଇପଡ଼ି ରହିଛି। ନିଜର ପ୍ରିୟଜନଙ୍କୁ କିଛି ଶ୍ରଦ୍ଧାଳୁ ଖୋଜିବାରେ ଲାଗିଛନ୍ତି। ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ ପକାଇବା ପାଇଁ କୁମ୍ଭମେଳାରେ କୋଟି କୋଟି ଭକ୍ତଙ୍କ ଭିଡ ଜମିଥିଲା। ଗତକାଲି ବିଳମ୍ବିତ ରାତି ପ୍ରାୟ ସମୟ ୧.୩୦ ମିନିଟ। ଏହି ସମୟରେ ଘଟିଥିଲା ବଡ଼ ଅଘଟଣ। ମହାର୍ଘ୍ୟ ବେଳାରେ ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇବାକୁ ଏକାଠି ହୋଇଥିବା ବେଳେ, ଲୋକଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଯାଇଥିଲା। ଶୀଘ୍ର ବୁଡ଼ ପକାଇବା ପାଇଁ ସମସ୍ତେ ଉଦ୍ୟମ କରୁଥିବା ବେଳେ, ଦଳାଚକଟାର ଶିକାର ହୋଇଥିଲେ। ମାତ୍ର କେଇ ମିନିଟ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ଦଳାଚକଟାରେ ୧୭ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଥିଲା। ଏଥିରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ମହା କୁମ୍ଭ ମେଳରେ ଘଟିଥିବା ଦଳାଚକଟାରେ କେତେ ଲୋକ ମୃତାହତ ହୋଇଛନ୍ତି, ତା’ର ସରକାରୀ ଭାବେ ପ୍ରକାଶ ପାଇନି।

Leave A Reply

Your email address will not be published.