ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମୁଣ୍ଡ ଲଢାଉଛନ୍ତି ନବୀନ

0

ଓଡ଼ିଶା ଆସି ଗର୍ଜନ ତର୍ଜନ କରୁଛନ୍ତି କେନ୍ଦ୍ରୀୟ ନେତା
ବିକାଶର ଥୋପ ଫିଙ୍ଗି ଲୋକଙ୍କୁ ଟାଣିଆଣୁଛନ୍ତି ନବୀନ
ମୋଦୀ, ରାହୁଲଙ୍କ ପାଇଁ ହୋଇଥିଲା ସମାନ୍ତରାଳ ସଭା
ଶାହଙ୍କ ଅଭିଯୋଗର ଜବାବ ଦେଲେ କ୍ୟାବିନେଟ୍‍ ରେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ବେଳେ ସମାନ୍ତରାଳ ସଭା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀଙ୍କ ବାରିପଦା, ବଲାଙ୍ଗୀର ଗସ୍ତକୁ ନ ଯାଇ ପୁରୀ ଓ ଭୁବନେଶ୍ୱରରେ ଯଥାକ୍ରମେ ମହିଳା ଓ ଚାଷୀ କାର୍ଡ ଖେଳିଥିଲେ । ସେହିପରି ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ବେଳେ ପୁରୀରେ ସମାବେଶ କରି କାଳିଆ ଯୋଜନାର ଲୋକାର୍ପଣ କରାଯାଇଥିଲା ।
କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କ ମୁଣ୍ଡ ସହ ମୁଣ୍ଡ ଲଢାଇ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ସମାନ୍ତରାଳ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି । ଠିକ ଏମିତି ସମୟରେ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଆଜି ସରକାରଙ୍କ ବିଫଳତା ଓଗାଳିି ଗର୍ଜନ କରିଥିଲେ । କିନ୍ତୁ ନବୀନ ବିକାଶମୂଳକ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ନେଇ ତାଙ୍କୁ ପାଲଟା ଜବାବ ଦେଇଛନ୍ତି । ଏଥର ସଭା ମାଧ୍ୟମରେ ନୁହେଁ, ବରଂ ରାଜ୍ୟ କ୍ୟାବିନେଟ୍‍ ବୈଠକ ଡାକି ୧୬ଟି ନିଷ୍ପତ୍ତି ନେଇଛନ୍ତି । କାଳିଆ ଯୋଜନାର ସଂପ୍ରସାରିତ କରି ନବୀନ ଆଜି୧ଲକ୍ଷ ବଦଳରେ ୫ଲକ୍ଷ ଭୂମିହୀନଙ୍କୁ ସହାୟତା ଦେବାକୁ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ନିର୍ଦିଷ୍ଟ ସଂଖ୍ୟା ନୁହେଁ, ବରଂ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚାଇ ନବୀନ କାଳିଆ ଯୋଜନାର ଆଁ କୁ ଆଉ ଟିକିଏ ମେଲାଇ ଦେଇଛନ୍ତି ।
କେବଳ ସେତିକି ନୁହେଁ, ଶିଶୁଙ୍କୁ ସୁରକ୍ଷା କବଚ କାର୍ଯ୍ୟକ୍ରମ ନାଁରେ ଦୁର୍ଗମ ଅଞ୍ଚଳକୁ ଯେଉଁ ଅଞ୍ଚଳକୁ ଗମନାଗମନ ନାହିଁ, ସେଠାକୁ ବାଇକ୍‍ ଆମ୍ୱୁଲାନ୍‍ସ ସେବାଠାରୁ ଆରମ୍ଭ କରି ଯାତାୟତ ଖର୍ଚ୍ଚ ଅର୍ଥାତ୍‍ ଆସିବା ବେଳେ ୧୦୦୦ ଟଙ୍କା, ଫେରିବା ବେଳେ ୫୦୦ ଟଙ୍କାର ବ୍ୟବସ୍ଥା କରିଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି, ପିଇବା ପାଣି ଲାଗି ୬ଟି ଜିଲ୍ଲାକୁ ୩୧୦୦ କୋଟିର ପ୍ରକଳ୍ପ, ଏମିତି ଅନେକ ନିଷ୍ପତ୍ତି ଶୁଣାଇ ଶାହଙ୍କ ଗର୍ଜନ ଆଡୁ ଭୋଟରଙ୍କ ମନ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି ।
ରାଜନୈତିକ ପଣ୍ଡିତଙ୍କ ମତ ହେଉଛି, ନବୀନ କେନ୍ଦ୍ରୀୟ ଅବହେଳାର କାର୍ଡ ଖେଳୁଛନ୍ତି ଓ ଓଡ଼ିଶା ବିକାଶ ରାସ୍ତାରେ ବିଜେପି ଓ କଂଗ୍ରେସ ଦାୟୀ ବୋଲି କହି କ୍ଷମତା ହାସଲ କରୁଛନ୍ତି । ଏଥର ବି ଏମିତି ପଦକ୍ଷେପ ସବୁ ନେଇ ସେ ଜଣାଇବାକୁ ଚାହୁଁଛନ୍ତି ଯେ ସେମାନେ କଥାରେ ବିଶ୍ୱାସ କରନ୍ତି ଓ ସେ ଲୋକଙ୍କ କଲ୍ୟାଣରେ ତଥା କାମରେ ବିଶ୍ୱାସ କରନ୍ତି ।

Leave A Reply

Your email address will not be published.