ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ମୁଣ୍ଡ ଲଢାଉଛନ୍ତି ନବୀନ

0

ଓଡ଼ିଶା ଆସି ଗର୍ଜନ ତର୍ଜନ କରୁଛନ୍ତି କେନ୍ଦ୍ରୀୟ ନେତା
ବିକାଶର ଥୋପ ଫିଙ୍ଗି ଲୋକଙ୍କୁ ଟାଣିଆଣୁଛନ୍ତି ନବୀନ
ମୋଦୀ, ରାହୁଲଙ୍କ ପାଇଁ ହୋଇଥିଲା ସମାନ୍ତରାଳ ସଭା
ଶାହଙ୍କ ଅଭିଯୋଗର ଜବାବ ଦେଲେ କ୍ୟାବିନେଟ୍‍ ରେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ବେଳେ ସମାନ୍ତରାଳ ସଭା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀଙ୍କ ବାରିପଦା, ବଲାଙ୍ଗୀର ଗସ୍ତକୁ ନ ଯାଇ ପୁରୀ ଓ ଭୁବନେଶ୍ୱରରେ ଯଥାକ୍ରମେ ମହିଳା ଓ ଚାଷୀ କାର୍ଡ ଖେଳିଥିଲେ । ସେହିପରି ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ବେଳେ ପୁରୀରେ ସମାବେଶ କରି କାଳିଆ ଯୋଜନାର ଲୋକାର୍ପଣ କରାଯାଇଥିଲା ।
କେନ୍ଦ୍ରର ଶୀର୍ଷ ନେତୃତ୍ୱଙ୍କ ମୁଣ୍ଡ ସହ ମୁଣ୍ଡ ଲଢାଇ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ସମାନ୍ତରାଳ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି । ଠିକ ଏମିତି ସମୟରେ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଆଜି ସରକାରଙ୍କ ବିଫଳତା ଓଗାଳିି ଗର୍ଜନ କରିଥିଲେ । କିନ୍ତୁ ନବୀନ ବିକାଶମୂଳକ କାର୍ଯ୍ୟକ୍ରମ ଓ ନିଷ୍ପତ୍ତି ନେଇ ତାଙ୍କୁ ପାଲଟା ଜବାବ ଦେଇଛନ୍ତି । ଏଥର ସଭା ମାଧ୍ୟମରେ ନୁହେଁ, ବରଂ ରାଜ୍ୟ କ୍ୟାବିନେଟ୍‍ ବୈଠକ ଡାକି ୧୬ଟି ନିଷ୍ପତ୍ତି ନେଇଛନ୍ତି । କାଳିଆ ଯୋଜନାର ସଂପ୍ରସାରିତ କରି ନବୀନ ଆଜି୧ଲକ୍ଷ ବଦଳରେ ୫ଲକ୍ଷ ଭୂମିହୀନଙ୍କୁ ସହାୟତା ଦେବାକୁ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ନିର୍ଦିଷ୍ଟ ସଂଖ୍ୟା ନୁହେଁ, ବରଂ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚାଇ ନବୀନ କାଳିଆ ଯୋଜନାର ଆଁ କୁ ଆଉ ଟିକିଏ ମେଲାଇ ଦେଇଛନ୍ତି ।
କେବଳ ସେତିକି ନୁହେଁ, ଶିଶୁଙ୍କୁ ସୁରକ୍ଷା କବଚ କାର୍ଯ୍ୟକ୍ରମ ନାଁରେ ଦୁର୍ଗମ ଅଞ୍ଚଳକୁ ଯେଉଁ ଅଞ୍ଚଳକୁ ଗମନାଗମନ ନାହିଁ, ସେଠାକୁ ବାଇକ୍‍ ଆମ୍ୱୁଲାନ୍‍ସ ସେବାଠାରୁ ଆରମ୍ଭ କରି ଯାତାୟତ ଖର୍ଚ୍ଚ ଅର୍ଥାତ୍‍ ଆସିବା ବେଳେ ୧୦୦୦ ଟଙ୍କା, ଫେରିବା ବେଳେ ୫୦୦ ଟଙ୍କାର ବ୍ୟବସ୍ଥା କରିଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି, ପିଇବା ପାଣି ଲାଗି ୬ଟି ଜିଲ୍ଲାକୁ ୩୧୦୦ କୋଟିର ପ୍ରକଳ୍ପ, ଏମିତି ଅନେକ ନିଷ୍ପତ୍ତି ଶୁଣାଇ ଶାହଙ୍କ ଗର୍ଜନ ଆଡୁ ଭୋଟରଙ୍କ ମନ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି ।
ରାଜନୈତିକ ପଣ୍ଡିତଙ୍କ ମତ ହେଉଛି, ନବୀନ କେନ୍ଦ୍ରୀୟ ଅବହେଳାର କାର୍ଡ ଖେଳୁଛନ୍ତି ଓ ଓଡ଼ିଶା ବିକାଶ ରାସ୍ତାରେ ବିଜେପି ଓ କଂଗ୍ରେସ ଦାୟୀ ବୋଲି କହି କ୍ଷମତା ହାସଲ କରୁଛନ୍ତି । ଏଥର ବି ଏମିତି ପଦକ୍ଷେପ ସବୁ ନେଇ ସେ ଜଣାଇବାକୁ ଚାହୁଁଛନ୍ତି ଯେ ସେମାନେ କଥାରେ ବିଶ୍ୱାସ କରନ୍ତି ଓ ସେ ଲୋକଙ୍କ କଲ୍ୟାଣରେ ତଥା କାମରେ ବିଶ୍ୱାସ କରନ୍ତି ।

Leave A Reply

Your email address will not be published.