ବିଜେପିର ସିବିଆଇ ବନାମ ବିଜେଡିର ପୁଲିସ
ଅରୁଣ, ଅତନୁଙ୍କୁ ସିବିଆଇ ସମନ
ଗୋଲକ, ଭୃଗୁଙ୍କୁ ପୁଲିସ ନୋଟିସ
ପରସ୍ପର ସଲାକୁସ୍ତି ପରେ ବଳ କଷାକଷି
ପ୍ରାକ୍ ନିର୍ବାଚନ ରାଜନୀତିରେ କମ୍ପନ
ସମ୍ପର୍କ ଭଲ ନାହିଁ, ଜଣାଇବାକୁ ଚାଲ୍ କି?
ଭୁବନେଶ୍ୱର: ବେଶ୍ କିଛି ମାସ ଧରି ସଲାକୁସ୍ତି ଚାଲିବା ପରେ ଏବେ ରାଜ୍ୟରେ ବିଜେଡି-ବିଜେପି ଲୁଚକାଳି ଖେଳ ଆରମ୍ଭ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରାକ୍ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବା ସହିତ ବହୁ ଚର୍ଚ୍ଚିତ ଚିଟ୍ଫଣ୍ଡ ଠକେଇ ଘଟଣାରେ ସିବିଆଇ ତଦନ୍ତକୁ ବି ସାଙ୍ଗରେ ଫେରାଇ ଆଣିଛନ୍ତି । ସି-ସୋର ଚିଟ୍ଫଣ୍ଡ ମାମଲାରେ ସିବିଆଇର ହଠାତ୍ ବିଜେଡିର ଦୁଇ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଅତନୁ ସବ୍ୟସାଚୀଙ୍କ ନାମ ମନେ ପଡିଯାଇଛି । ଉଭୟଙ୍କୁ ହାଜର ହେବା ଲାଗି ସିବିଆଇ ନୋଟିସ ଜାରି କରାଯାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳୁଛି । ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେଡିର ଆଉ ଦୁଇଜଣ ବଡ଼ ମୁଣ୍ଡକୁ ଆସନ୍ତା ଏଇ ସପ୍ତାହ ଶେଷ ବେଳକୁ ସମନ ଜାରି କରାଯାଇପାରେ ।
ବେଶ୍ କିଛି ବର୍ଷର ନିରବତା ପରେ ନିର୍ବାଚନ ପୂର୍ବରୁ ସିବିଆଇର ଏଭଳି ନୋଟିସ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଲାଣି । ଏହା ବିଜେଡିର କ୍ଷତି କରିପାରେ ଅବା ନିର୍ବାଚନ ରାଜନୀତିରେ ବିଜେପିକୁ ଫାଇଦା ଦେଇପାରେ କିନ୍ତୁ ସିବିଆଇର ବିଶ୍ୱସନୀୟତା ନେଇ ଯେଉଁ ପ୍ରଶ୍ନ ଚିହ୍ନ ଉଙ୍କି ମାରୁଥିଲା, ତାହା ଆହୁରି ଦୃଢ ହୋଇଛି ।
ଏହି ଘଟଣାରେ ବିଜେଡିି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଉଭୟ ନେତା ସିବିଆଇ ନୋଟିସ ପାଇନାହାନ୍ତି । ଗଣମାଧ୍ୟମ ଆଗରୁ କିଭଳି ପାଇଲା, ସେ ନେଇ ସେ ପ୍ରଶ୍ନ ଉଠାଇବା ସହିତ ଏହି ନୋଟିସ ପରବର୍ତୀ ସମୟରେ ଆସିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଥିସହିତ ରାଜନୀତି ପାଇଁ ସିବିଆଇ କିଭଳି ବ୍ୟବହାର ହେଉଛି, ସେ କଥା ଠାରିଛନ୍ତି ।
ଅନ୍ୟପଟେ ବିଜେପିର ସିବିଆଇର ଜବାବ ବିଜେଡି ରାଜ୍ୟ ପୁଲିସ ମାଧ୍ୟମରେ ଦେଇଛିବୋଲି ଚର୍ଚା ହେଲାଣି । ୨୦୧୭ ମସିହା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ବିଜେପିର ଦୁଇଜଣ ନେତାଙ୍କୁ ହାଜର ହେବାକୁ ନୋଟିସ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ଫେବ୍ରୁଆରି ୭ ତାରିଖ ଓ ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବµିପାତ୍ରଙ୍କୁ ୯ ତାରିଖରେ ଛତ୍ରପୁର ଥାନାରେ ହାଜର ହେବାକୁ ନୋଟିସ କରାଯାଇଛି । ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ ଆଜି ଗଣମାଧ୍ୟମକୁ ସନ୍ଧ୍ୟାରେ ଏଭଳି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ରକୁ ରାଜନßତିକ ପ୍ରତିଶୋଧ ପରାଣୟତା ବୋଲି କହିଛନ୍ତି ।
ସାଧାରଣ ନିର୍ବାଚନ ପୂର୍ବରୁ ଏହି ଘଟଣା କିନ୍ତୁ ଭିନ୍ନ ସଙ୍କେତ ଦେଇଛି । କ୍ଷମତା ଚୌକି ହାସଲ ପାଇଁ ରାଜନୈତିକ ଦଳ କିଭଳି ସ୍ତରକୁ ଓହ୍ଲାନ୍ତି, ସେ ନେଇ ସାଧାରଣରେ ଆଲୋଚନା ଜାରି ରହିଛି । ଉଭୟ ବିଜେଡି-ବିଜେପିର ଆଚରଣକୁ ଏହି ମହଲ ଗ୍ରହଣ କରିବାକୁ ନାରାଜ ।
ଗୋଟିଏ ଗୋଷ୍ଠୀ ଏକଥା ବି କହୁଛନ୍ତି, ଉଭୟଙ୍କ ସଂପର୍କର ନିବିଡତା ଉପରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରଦା ହଟାଇବା ପରେ ଏହା ଏକ ନୂଆ ଚାଲ୍ । ଏମିତି କରି ଉଭୟ ସେମାନଙ୍କ ମଧ୍ୟରେ ତିକ୍ତତା ରହିଥିବା କଥା ଦେଖେଇ ହେବାକୁ ଚାହୁଁଛନ୍ତି ।
ପ୍ରମୁଖ ଖବର
ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍ ସହ ପଞ୍ଜାବ ପୁଲିସ୍ ଇନ୍ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ