ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୁନଃ ମତଦାନ ଦାବି କଲା ବିଜେପି

0

ଭୁବନେଶ୍ୱର: ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳର ଗୁଣ୍ଡାମାନେ ଅନେକ ବୁଥରେ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି । ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବର୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି ହୋଇଥିବା ୩୦୧ ବୁଥରେ ପୁନଃ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ପାଖରେ ଦାବି କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ହିଞ୍ଜିଳିରେ ୩ଟି ବୁଥ ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା କ୍ୟାପଚରିଂ ହୋଇଛି । ବିଜେପୁରରେ ୭ ଟିରେ କ୍ୟାପଚରିଂ ହୋଇଛି।
ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ଲଢୁଥିବା ସ୍ଥାନରେ ୧୨ଟି ବୁଥ୍ କ୍ୟାପଚରିଂ ହୋଇଛି ଯେଉଁଥିରେ ୭ଟିରେ ଏକପାଖିଆ ଭାବେ ବିଜେପିର ଏଜେଟଂମାନଙ୍କୁ ପୋଲିସ ଲଗାଇ ବୁଥରୁ ବାହାର କରି ଦିଆଯାଇଛି । ଅତାବିରା ନିର୍ବାଚନୀ ମଣ୍ଡଳୀରେ ଲୋକ ମାନେ ବୁଥ କ୍ୟାପଚରିଂ କରି ଏକପାଖିଆ କରି ଭୋଟ ହାତେଇବାକୁ ଚେଷ୍ଟା କରାଯାଇଛି । ଭଞ୍ଜନଗର ନିର୍ବାଚନି ମଣ୍ଡଳୀରେ ବିକ୍ରମ କେଶରୀ ଆରୁଖଙ୍କ ବୁଥରେ ରିଗିଂ କରାଯାଇଛି । ୧୨୬ ନମ୍ବର ବୁଥ୍ ଯେଉଁଠି ହତ୍ୟାକାଣ୍ଡ ହୋଇଥିଲା ଲୋକମାନେ ସେଠି ଭୋଟ ବର୍ଜନ କରିଥିଲେ ଏହାକୁ ଏକ ପାକ୍ଷିଆ କରି ବିଜେଡିର ଗୁଣ୍ଡାମାନେ ଭୋଟ ଦେଇଛନ୍ତି । ବୌଦ୍ଧରେ ମଧ୍ୟ ୪ଟି ବୁଥ୍ରେ ବିଜେଡିର ଗୁଣ୍ଡାମାନେ ଦାଦାଗିରି କରି ଭୋଟକୁ ଏକପାଖିଆ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରବିଶଙ୍କର ପଟ୍ଟନାୟକ ଏବଂ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.