ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ବେଦପ୍ରକାଶ ଅଗ୍ରଵାଲଙ୍କ ପରଲୋକ

0

୮୨ ବର୍ଷ ବୟସରେ ଆରପାରିକୁ ଗଲେ ବେଦୁ ଭାଇ
ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଥିଲେ
ଅନିଶ୍ଚିତତା ଭିତରକୁ ଚାଲିଗଲା ଏହି ଆସନର ନିର୍ବାଚନ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଦୁ ବାବୁ (କେନ୍ଦ୍ରାପଡାରେ ଛୋଟ ବଡ ସମସ୍ତେ ତାଙ୍କ ବେଦୁ ଭାଇ ବୋଲି ଡାକନ୍ତି) ଙ୍କର ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ଚଳିତ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ଗୁରୁତର ଅସୁସ୍ଥତା ସତ୍ତ୍ୱେ ସେ କେନ୍ଦ୍ରାପଡା ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବେଦୁଙ୍କ ପରଲୋକ ପରେ ପାଟକୁରା ବିଧାନସଭା ଆସନ ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ ଓ ପୁଅ ଏବଂ ଝିଅ ତଥା ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ, ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଶୋକ ବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେପଟେ କେନ୍ଦ୍ରାପଡାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

୧୯୩୭ ମସିହା ଜାନୁଆରୀ ୧୬ ତାରିଖରେ କେନ୍ଦ୍ରାପଡାର ମଢିଆଳରେ ଜନ୍ମ ହୋଇଥିବା ବେଦୁ ବାବୁ ବିଏ ପାସ୍‍ ପରେ ୧୯୫୭ ମସିହାରେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ । ୧୯୭୦ ମସିହା ପର୍ଯ୍ୟନ୍ତ ସେ କେନ୍ଦ୍ରାପଡା ମ୍ୟୁନିସପାଲଟିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୧୯୭୦ରୁ ୧୯୭୪ ଯାଏ ସେ କେନ୍ଦ୍ରାପଡା ମ୍ୟୁନିସପାଲଟିର ଅଧ୍ୟକ୍ଷ ଥିଲେ ।

ବିଧାନସଭାକୁ ସେ ୬ଥର ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ସେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାରେ ପ୍ରବେଶ କରିଥିଲେ । ପରେ ୧୯୭୭ରୁ ୧୯୮୦ ଜନତା ଦଳରୁ ଜିତି ୧୯୭୯ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୦ରେ ବିଜୁ ପଟ୍ଟନାୟକ ସରକାରରେ ସେ ଅର୍ଥମନ୍ତ୍ରୀ ଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ସେ ୨୦୦୦ରେ ବିଜେପିରୁ ୨୦୦୯ ଓ ୨୦୧୪ରେ ବିଜେଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଖାଦ୍ୟ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ସାଧାରଣ ଉଦ୍ୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ନିର୍ବାହ କରିଥିଲେ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.