ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବିଜେପିରେ ସାମିଲ ହେଲେ ବିଜେଡି ନେତା

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧାରୀ ଗମାଙ୍ଗଙ୍କ ଉପସ୍ଥିତିରେ ବିଜେଡି ନେତା ଜ୍ୟୋର୍ତିମୟ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତି ଜଣେ ଛାତ୍ର ନେତା ଭାବେ ବେଶ ଜଣାଶୁଣା । ଦୀର୍ଘ ୪୦ ବର୍ଷ ଧରି ସାଧାରଣ , ଖଟିକିଆ, ଦଳିତ ଲୋକମାନଙ୍କ ପାଇଁ ସେ କାର୍ଯ୍ୟ
କରିଆସୁଛନ୍ତି ।
ସେହିପରି ବିଜୟ କୁମାର ସ୍ୱାଇଁ, ରାଜେଶ ମହାନ୍ତି, ପ୍ରଫୁଲ ଦାସ, ରଶ୍ମୀରଂଜନ ପରିଡା, ବିଜେନ୍ଦ୍ର ସ୍ୱାଇଁ , ଶ୍ୟାମସୁନ୍ଦର ସ୍ୱାଇଁ, ପପୁ ଦାସ, ଦିନେଶ୍ୱର କର୍ମା, ସ୍ମୃତିରଂଜନ ମହାନ୍ତି, ଆରତକ୍ଷଣ ବାରିକ, ଗଣେଶ ମେହେତା, ସର୍ବେଶ୍ୱର ଭୂଆଁ, ଇମକେତ ରାଓ ଏବଂ ଦିବାକର ପଲେଇଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଗମାଙ୍ଗ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ
ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ଯୁବ ମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.