ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ଉପରେ କମ୍ପିଲେ ରାଜନାଥ

0

ନୟାଗଡ, କଟକ ଓ ମୟୂରଭଂଜରେ ପ୍ରଚାର କଲେ
ନୟାଗଡରେ ଚିନିକଳ ଓ କରଞ୍ଜିଆକୁ ରେଳ ସେବା ପ୍ରତିଶ୍ରୁତି

ଭୁବନେଶ୍ୱର:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ମାରାଥନ୍‍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ଶ୍ରୀ ସିଂହ ନୟାଗଡ, କିଶନନଗର, ମୟୂରଭଂଜ ଜିଲ୍ଲା ଗସ୍ତ କରି ସଭା କରିଥିଲେ । ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିବା ସହିତ କେନ୍ଦର୍‍ ସରକାର ରାଜ୍ୟକୁ କି କି ସହାୟତା ଦେଇଛନ୍ତି, ଆଗକୁ ସରକାର ଆସିଲେ ଓଡ଼ିଶାର କେଉଁ କେଉଁ କ୍ଷେତ୍ରରେ ବିକାଶ ହେବ, ସେ ନେଇ ସୂଚାଇଥିଲେ ମନ୍ତ୍ରୀ ।

ମୟୂରଭଂଜ କରଞ୍ଜିଆ କେନାଲ ପଡିଆରେ ଆୟୋଜିତ ସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ଭୋଟ ମାଗିବାକୁ ଯାଇ ରାଜନାଥ ଦଳ କ୍ଷମତାକୁ ଆସିଲେ କରଞ୍ଜିଆକୁ ରେଳ ସଂଯୋଗ କରାଯିବ ବୋଲି କହିଥିଲେ । ମନ୍ତ୍ରୀଙ୍କ ଏହି ଘୋଷଣା ବେଳେ ସଭାସ୍ଥଳ ତାଳିମାଡରେ କମ୍ପି ଉଠିଥିଲା । ପୁଲଵାମା ଆକ୍ରମଣ ସଂପର୍କରେ ଅବତାରଣା କରି ଶତ୍ରୁକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି କହିଥିଲେରାଜନାଥ । କଂଗ୍ରେସ ନାଁ ନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏକଥା ବି କହିଥିଲେ ଯେ ପୁଲଵାମା ଆକ୍ରମଣ ଘଟଣାର ୧୩ ଭିତରେ ଜବାବ ଦିଆଗଲା । କିନ୍ତୁ କେତେକ ବ୍ୟକ୍ତି ବିଶେଷ ଏହାକୁ ସମାଲୋଚନା କରିବାରେ ଲାଗିଛନ୍ତି । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ରାଜନାଥ କହିଥିଲେ ଯେ ଟଙ୍କିକିଆ ଚାଉଳ, ଉଜ୍ଜଳା ଯୋଜନା, ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ର ଆବାସ ଯୋଜନା ସବୁ କେନ୍ଦ୍ର ଦେଇଛି । ମାତ୍ର ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

କଟକ କିଶନନଗରରେ ଆୟୋଜିତ ସଭାରେ ରାଜନାଥ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ସ୍ଥାନୀୟ ବିଧାନସଭା ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ମନ୍ତ୍ରୀ ଏହି ଅବସରରେ କହିଥିଲେ, ୨୦୨୦ସୁଦ୍ଧା ସମସ୍ତଙ୍କୁ ଘର ଓ ରନ୍ଧନ ଗ୍ୟାସ ମିଳିବ । ୫ବର୍ଷରେ ଦେଶରୁ ଗରିବି ହଟିବ ।

ନୟାଗଡରେ ରାଜନାଥ କହିଥିଲେ,୨୦ ବର୍ଷ ହେଲା ରାଜ୍ୟ ସରକାର ଶାସନ କରିଛି ସତ, କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇପାରିନାହାନ୍ତି । ଗୋଟିଏ ଅଞ୍ଚଳ ବିକାଶ ପାଇଁ ୨୦ ବର୍ଷ କିଛି କମ ନୁହେଁ । ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟା ଚାଷ ଓ ଚାଷୀଙ୍କ ସ୍ୱାର୍ଥ କ୍ଷେତ୍ରରେ ସରକାର ଯେଉଁ ସବୁ ଅବିଚାର କରିଛନ୍ତି ସେ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିବା ସହିତ ଦଳ କ୍ଷମତାକୁ ଆସିଲେ ନୟାଗଡରେ ଚିନିକଳ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦଳର ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ର ଓ ଇରାନୀ ରାୟଙ୍କୁ ଜିତାଇବାକୁ ସେ ନିବେଦନ କରିଥିଲେ ।

Leave A Reply

Your email address will not be published.