ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଛିଃ…ଏଡ୍‍ସ ଆକ୍ରାନ୍ତ ନାବାଳିକାକୁ ବି

0

ଭୁବନେଶ୍ୱର: ପାପାଚାର ଏତେ ବଢିଯାଇଛି ଯେ ଜଣେ ଏଡ୍‍ସ ଆକ୍ରାନ୍ତ ନାବାଳିକା ବି କାମାନ୍ଧଙ୍କ କବଳରୁ ମୁକ୍ତି ପାଇପାରିଲା ନାହିଁ । ଏଥସହିକ ଆମ ବ୍ୟବସ୍ଥାରେ ଥିବା ଦୁର୍ବଳପଣର ଆଉ ଏକ କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର ଜଣେ ୧୩ ବର୍ଷିୟା ନାବାଳିକା ସହିତ ଘଟିଥିବା ଅଭାବନୀୟ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କଲାଭଳି । ଆଜି ବିଧାନସଭାରେ ଏ ସଂକ୍ରାନ୍ତରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବି ।

ଶ୍ରୀ ସାଲୁଜା କହିଥିଲେ, ସଂପୃକ୍ତ ଏଡ୍‍ସ ଆକ୍ରାନ୍ତ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା । ପରେ ତାକୁ ପ୍ରଶାସନ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଗୋଟିଏ ଆଶ୍ରୟସ୍ଥଳରେ ରଖିଥିଲେ । ମାତ୍ର ରକ୍ଷକ ସେଠାରେ ଭକ୍ଷକ ସାଜିଲା । ଏହି ଏଡସ ଆକ୍ରାନ୍ତ ନାବାଳିକା ସମେତ ଅନ୍ୟ ଦୁଇଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ସେମାନେ ଯେତେ କାକୁତି ବିନତି ହୋଇଥିଲେ ବି କେହି ସେମାନଙ୍କ କଥା ଶୁଣିନଥିଲେ । ପରେ ସଂପୃକ୍ତ ନାବାଳିକା ତା ମାଆକୁ ଏକଥା କହିଥିଲା । ହେଲେ ଭବାନୀ ପାଟଣା ପୁଲିସ ଏତେ ନିର୍ଦୟ ଯେ ଅଭିଯୁକ୍ତ ସାମ୍ନାରେ ପୀଡିତାର ୧୬୧ ଷ୍ଟେଟମେଣ୍ଟ ନେବାକୁ ବାଧ୍ୟ କରିଥିଲା ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି ।

ରାଜ୍ୟରେ ନାବାଳିକା ନିଖୋଜ ହୋଇଯିବା, ଅନୁଗୁଳରେ ଯୁବତୀକୁ ଦୁଷ୍କର୍ମ ହେବା ଓ ଭବାନୀପାଟଣାର ଏହି ଘଟଣାକୁ ନେଇ ବିଧାନସଭାରେ କମ୍ପନ ସୃଷ୍ଟି ହୋଇଥିଲା । ଉଭୟ ବିଜେପି-କଂଗ୍ରେସ ସଭ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ଏ ପ୍ରସଙ୍ଗରେ ଆଲୋଚନା ଦାବିରେ ଗୃହରେ ଝଡ ସୃଷ୍ଟି କରିଥିଲେ । ସରକାର ଏହି ଘଟଣାରେ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ ହେଁ, ଏହାର କୌଣସି ପ୍ରଭାବ ପଡିନଥିଲା ।

Leave A Reply

Your email address will not be published.