ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିଜେଡିରେ ଇଏ କଣ ଚାଲିଛି?

0

ଭୁବନେଶ୍ୱର: କିଛି କମ୍‍ ନୁହେଁ । ୧୧୧ ଜଣ ଜିତିଛନ୍ତି । ବିଧାନସଭାରେ ବିଜେଡି ମ୍ୟାଜିକ୍‍ ସଂଖ୍ୟା ଠାରୁ ଢେର୍‍ ଉପରେ ଅଛି । ହେଲେ ୨ମାସ ବିତିନି, ସରକାର ବିରୋଧରେ ଆନ୍ଦୋଳନ ଦାନା ବାନ୍ଧିଲେଣି । ବିଧାନସଭାର ପ୍ରଥମ ଅଧିବେଶନରୁ ଅକଳରେ ପଡିଲେଣି ସରକାର । ନାବାଳିକା ନିଖୋଜ, ଦୁଷ୍କର୍ମ ପ୍ରସଙ୍ଗକୁ ଆୟୁଧ କରି ବିରୋଧୀ ବିଧାନସଭାକୁ ଏମିତି ସ୍ଥିତିକୁ ଟାଣି ନେଇଛନ୍ତି ଯେ ସରକାର ମୁକୁଳି ପାରୁନାହାନ୍ତି । କେବଳ ସେତିକି ନୁହେଁ, ଆସନ୍ତାକାଲି ବିଜେପି ଅନୁଗୁଳ ବନ୍ଦ ଡାକରା ଦେଇଛି । କଂଗ୍ରେସ ସମଗ୍ର ରାଜ୍ୟରେ ବିକ୍ଷୋଭ କରିବ । ସବୁ ଜିଲ୍ଲ ମହକୁମାରେ କଂଗ୍ରେସ କର୍ମୀ ଧାରଣା ଓ ବିକ୍ଷୋଭ ସମାବେଶ କରିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି ।

ଗୋଟିଏ ପଟେ ବିରୋଧୀ ମାତିଲେଣି । ଅନ୍ୟପଟେ କିନ୍ତୁ ବିଜେଡି ବିଧାୟକମାନେ ସରକାରକୁ ସୁରକ୍ଷା ଦେଇପାରୁନାହାନ୍ତି । ରାଜନୈତିକ ମହଲ ଏହାକୁ ଭିନ୍ନ ଭାବରେ ଚିତ୍ରଣ କଲେଣି । ଏହି ମହଲର କହିବା କଥା ହେଉଛି, ବିଧାନସଭା ପ୍ରଥମ ଅଧିବେଶନରୁ ବିଜେଡିର ରଣନୀତି କିଛି ଭିନ୍ନ ସଙ୍କେତ ଦେଉଛି । ରାଜ୍ୟସଭା ପ୍ରାର୍ଥୀ ମନୋନୟନ ପ୍ରସଙ୍ଗରେ ପ୍ରଥମେ ତିନି ଚାରିଦିନ କଂଗ୍ରେସ ବିଧାୟକ ସରକାରଙ୍କୁ ଯଥେଷ୍ଟ ସମାଲୋଚନା କଲେ । ଜଣେ ହେଲେ ବି ବିଧାୟକ କେହି ଏହାର ପ୍ରତିବାଦ କଲେନି ଗୃହରେ ।

ଏବେ ନାବାଳିକା ନିଖୋଜ ପ୍ରସଙ୍ଗରେ ସରକାରଙ୍କୁ ଯେଭଳି ସୁରକ୍ଷା ଯୋଗାଇ ଦିଆଯିବା କଥା ତାହା ଦିଶୁନାହିଁ । ପରିସ୍ଥିତିର ଫାଇଦା ନେଇ ଉଭୟ ବିଜେପି ଓ କଂଗ୍ରେସ ଏବେ ପ୍ରସଙ୍ଗକୁ ବିଧାନସଭାରୁ ନେଇ ରାଜରାସ୍ତାରେ ପହଞ୍ଚିଲେଣି । ଯେହେତୁ ନାବାଳିକା ନିଖୋଜ ଓ ଦୁଷ୍କର୍ମ ଏକ ସମ୍ୱେଦନଶୀଳ ପ୍ରସଙ୍ଗ,ଏହା ପ୍ରତି ଘରକୁ ଭେଦୁଛି । କୌଣସି ଲୋକ ଏହି ଘଟଣାକୁ ଗ୍ରହଣ କରିପାରୁନାହାନ୍ତି କି ପୁଲିସ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ବା ସନ୍ତୋଷଜନକ ବୋଲି କହୁନାହାନ୍ତି । ବରଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଲାଣି ।

ଏଠାରେ ଉଲ୍ଲେଖଥାଉକି, ସରକାର ଗଠନ ପରେ ପରେ ଯଦି ଏପରି ପରିସ୍ଥିତି ଲାଗି ରହେ, ତେବେ ସରକାରଙ୍କ ସଫଳତା ଲୋକଙ୍କ ମନକୁ ଧରିବା ପୂର୍ବରୁ ବିଫଳତା ଜାଲ ବାନ୍ଧି ସାରିଥିବ ଓ ଆଗକୁ ପୌର ନିର୍ବାଚନରେ ଏହାର ପ୍ରଭାବ ନ ପଡିିବ ଏକଥା କିଏ କହିବ ।

Leave A Reply

Your email address will not be published.