ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କୋର୍ଟରୁ ମିଳିଲା ଆଶ୍ୱସ୍ତି, ଆଶ୍ରମ ଫେରିବେ ସାରଥୀ

0

ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜେଲ ଜୀବନ ବିତାଉଥିବା ସାରଥୀ ବାବା ଓରଫ୍‍ ସନ୍ତୋଷ ରାଉଳ ଯେ କୌଣସି ମୁହୂର୍ତରେ କେନ୍ଦ୍ରାପଡା ଫେରିବେ । ଆଜି ହାଇକୋର୍ଟ ସାରଥୀ ବାବାଙ୍କୁ ୨ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ଏଣୁ ଏବେ ସାରଥୀ ଜେଲରୁ ମୁକୁଳିବା ରାସ୍ତା ପରିଷ୍କାର ହୋଇଛି । ଦୀର୍ଘ ୩ ବର୍ଷ ଧରି ସାରଥୀ ବାବା ଚୌଦ୍ୱାର ଜେଲରେ ଥିଲେ ।

ସାରଥୀଙ୍କ ମାମଲାର ବିଚାର ସରିବା ପରଠାରୁ ତାଙ୍କ ଅନୁଗତମାନେ ଉତ୍ସାହିତ ହୋଇପଡିଥିଲେ । ଭଜନ କୀର୍ତନ ଆରମ୍ଭ କରିଦେଇଥିଲେ । ତେବେ ସାରଥୀ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ ରଖିଛନ୍ତି । ସେହିଭଳି ତଳ କୋର୍ଟ ଚାହିଁଲେ ଅଧିକ ସର୍ତ ରଖିପାରନ୍ତି ବୋଲି ହାଇକୋର୍ଟ କହିଛନ୍ତି । ବାରିମୂଳ ଅନ୍ତେବାସିନୀ ମାଆ ଓ ଝିଅଙ୍କ ମାମଲାରେ ତାଙ୍କ ଜାମିନ ମିଳିଛି ।

ସାରଥୀ ମାମଲାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍‍ କେନ୍ଦ୍ରାପଡା ଯାଇ ତାଙ୍କ ଆଶ୍ରମରେ ଚଢଉ କରିବା ସହିତ ତାଙ୍କୁ ଗିରଫ କରିଥିଲେ । ରାଜ୍ୟ ବାହାରେ ଏକ ହୋଟେଲରେ ଜଣେ ଯୁବତୀଙ୍କ ସହ ତାଙ୍କର ଫଟୋ ପ୍ରକାଶ ପାଇବା ପରେ ବାବା ବିବାଦକୁ ଆସିଥିଲେ ।

Leave A Reply

Your email address will not be published.