ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କୋର୍ଟରୁ ମିଳିଲା ଆଶ୍ୱସ୍ତି, ଆଶ୍ରମ ଫେରିବେ ସାରଥୀ

0

ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜେଲ ଜୀବନ ବିତାଉଥିବା ସାରଥୀ ବାବା ଓରଫ୍‍ ସନ୍ତୋଷ ରାଉଳ ଯେ କୌଣସି ମୁହୂର୍ତରେ କେନ୍ଦ୍ରାପଡା ଫେରିବେ । ଆଜି ହାଇକୋର୍ଟ ସାରଥୀ ବାବାଙ୍କୁ ୨ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ଏଣୁ ଏବେ ସାରଥୀ ଜେଲରୁ ମୁକୁଳିବା ରାସ୍ତା ପରିଷ୍କାର ହୋଇଛି । ଦୀର୍ଘ ୩ ବର୍ଷ ଧରି ସାରଥୀ ବାବା ଚୌଦ୍ୱାର ଜେଲରେ ଥିଲେ ।

ସାରଥୀଙ୍କ ମାମଲାର ବିଚାର ସରିବା ପରଠାରୁ ତାଙ୍କ ଅନୁଗତମାନେ ଉତ୍ସାହିତ ହୋଇପଡିଥିଲେ । ଭଜନ କୀର୍ତନ ଆରମ୍ଭ କରିଦେଇଥିଲେ । ତେବେ ସାରଥୀ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ ରଖିଛନ୍ତି । ସେହିଭଳି ତଳ କୋର୍ଟ ଚାହିଁଲେ ଅଧିକ ସର୍ତ ରଖିପାରନ୍ତି ବୋଲି ହାଇକୋର୍ଟ କହିଛନ୍ତି । ବାରିମୂଳ ଅନ୍ତେବାସିନୀ ମାଆ ଓ ଝିଅଙ୍କ ମାମଲାରେ ତାଙ୍କ ଜାମିନ ମିଳିଛି ।

ସାରଥୀ ମାମଲାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଟିମ୍‍ କେନ୍ଦ୍ରାପଡା ଯାଇ ତାଙ୍କ ଆଶ୍ରମରେ ଚଢଉ କରିବା ସହିତ ତାଙ୍କୁ ଗିରଫ କରିଥିଲେ । ରାଜ୍ୟ ବାହାରେ ଏକ ହୋଟେଲରେ ଜଣେ ଯୁବତୀଙ୍କ ସହ ତାଙ୍କର ଫଟୋ ପ୍ରକାଶ ପାଇବା ପରେ ବାବା ବିବାଦକୁ ଆସିଥିଲେ ।

Leave A Reply

Your email address will not be published.