ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୩ରୁ ପରୀକ୍ଷା? ଆଗକୁ କିଏ ରହିବେ, କିଏ ଯିବେ

0

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ସେମିତି ହେଲାନି । ଟିମ୍‍ ଇଣ୍ଡିଆ କ୍ୟାପଟେନ୍‍ ବିରାଟ କୋହଲିଙ୍କ ଉପରୁ ଆସ୍ଥା ହରାଇନାହାନ୍ତି ଚୟନକମିଟି । ସେ ପୂର୍ବଭଳି ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଏଥିସହିତ େଵଷ୍ଟଇଣ୍ଡିଜ ଗସ୍ତ ପାଇଁ ଆଜି ଖେଳାଳି ଘୋଷଣା ହୋଇଛି ।

ଅଗଷ୍ଟ ୩ରୁ ଇଣ୍ଡିଆ େଵଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହି ଶୃଙ୍ଖଳାରେ ସେମାନେ ୩ଟି ଦିନିକିଆ ବ୍ୟତୀତ ୩ଟି ଟ୍ୱେଣ୍ଟି ଟେଣ୍ଟି ଓ ୨ଟି ଟେଷ୍ଟ ମ୍ୟାଚ ବି ଖେଳିବେ । ସେହିଭଳି ଟିମ୍‍ ଇଣ୍ଡିଆ କୋଚ୍‍ ରବି ଶାସ୍ତ୍ରୀଙ୍କର ମଧ୍ୟ ଚୁକ୍ତି ସମୟସୀମା ବଢାଇ ଦିଆଯାଇଛି । ସେ ଏହି େଵଷ୍ଟଇଣ୍ଡିଜ ଗସ୍ତ ବେଳେ ଟିମ୍‍ ଇଣ୍ଡିଆ ଦାୟିତ୍ୱରେ ରହିବେ ।

ମୁଖ୍ୟ ଚୟନକାରୀ ଏମଏସକେ ପ୍ରସାଦ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଶୃଙ୍ଖଳା ପାଇଁ ବିଶ୍ୱକପ୍‍ରେ ସବୁଠାରୁ ଅଧିକ ରନ୍‍ କରିଥିବା ରୋହିତ ଶର୍ମାଙ୍କୁ ଟେଷ୍ଟ କ୍ରିକେଟ୍‍ରେ ସ୍ଥାନ ମିଳିଛି । ଆହତ ହୋଇ ଅଧାରୁ ବିଶ୍ୱକପ୍‍ ଛାଡିଥିବା ଶିଖର ଧାଵନ ଫେରିଛନ୍ତି । ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ ଯଶପ୍ରିତ ଟେଷ୍ଟ ଟିମରେ ଅଛନ୍ତି । ଶ୍ରେୟାସ ଆୟର, ନବଦୀପ୍‍ ସାଇନି, ଖଲିଲ୍‍ ଅହମ୍ମଦ, ମନୀଷ ପାଣ୍ଡେ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ଦୀର୍ଘଦିନ ବ୍ୟବଧାନ ପରେ ଵିକେଟ୍‍ କିପର ରିଦ୍ଧିମାନ୍‍ ଶାହ ଟିମ୍‍କୁ ଫେରିଛନ୍ତି । ୨୦୧୮ ଜାନୁଆରିରେ ସେ ଶେଷ ମ୍ୟାଚ ଖେଳିଥିଲେ । ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ଏକମାତ୍ର ନୂଆ ଖେଳାଳି ଭାବେ ସ୍ପିନର ରାହୁଲ ଚହର ସ୍ଥାନ ପାଇଛନ୍ତି । ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ େଵଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଥିଲେ ।

ଟେଷ୍ଟ ଦଳ: ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଏମ୍‍ ଅଗ୍ରଵାଲ, କେ ଏଲ୍‍ ରାହୁଲ, ସି ପୂଜାରା, ହନୁମାନ ବିହାରୀ, ରୋହିତ ଶର୍ମା, ରିସଭ ପନ୍ଥ, ରିଦ୍ଧିମାନ ଶାହ, ଆର୍‍ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, Cଶାନ୍ତ ଶର୍ମା, ମହମ୍ମଦ ସାମି, ୟଶପ୍ରିତ ବୁମରା, ଉମେଶ ଯାଦବ ।

ଦିନିକିଆ ଦଳ: ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାବନ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ଯୁବେନ୍ଦ୍ର ଚହଲ, କେଦାର ଯାଦବ, ଭୁବନେଶ୍ୱର କୁମାର, ଖଲିଲ୍‍ ଅହମ୍ମଦ, ନବଦୀପ୍‍ ସାଇନି, କେ ଏଲ୍‍ ରାହୁଲ, ରିସଭ ପନ୍ଥ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି ।

ଟ୍ୱେଣ୍ଟି ଟେଣ୍ଟି ଦଳ: ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାବନ, କେ ଏଲ୍‍ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିସଭ ପନ୍ଥ, କୁର୍ଣ୍ଣାଲ ପାଣ୍ଡ୍ୟା, ଵାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଖଲିଲ୍‍ ଅହମ୍ମଦ, ଦୀପକ ଚହର ଓ ନବଦୀପ ସାଇନି ।

Leave A Reply

Your email address will not be published.