ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ବିଦ୍ରୋହକୁ ଦାନା ଯୋଗାଉଛି କିଏ?

0

ଭୁବନେଶ୍ୱର: ଏକା ସାଙ୍ଗରେ ଶପଥ ନେଲେ ଆଗପଛ ହୋଇ। ଉଭୟଙ୍କୁ ସଂଖ୍ୟା ଲୋକେ ଅଜାଡି ଦେଇଛନ୍ତି ସଂସଦ ଓ ବିଧାନସଭାରେ। କେନ୍ଦ୍ର ସରକାର ଇତିମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ, ତିନି ତଲାକ ଓ କାଶ୍ମୀର ଭଳି ୩ଟି ଐତିହାସିକ ନିଷ୍ପତ୍ତି ନେଇସାରିଲେଣି। ରାଜ୍ୟ ସରକାର ପ୍ରଥମ ତିନି ମାସ ବିତିଗଲା। ଅଥଚ ଅଫିସର ନିଯୁକ୍ତି ସାରିପାରିଲାନି। କାହାକୁ ଆଜି ଏଠି ତ ଆଉ କାହାକୁ ସେଠି, ପୁଣି ବଦଳି ଏମିତି ଚାଲିଛି। ସଚିବାଳୟ ନାମ ପରିବର୍ତନ, କର୍ମଚାରୀ ଛଟେଇ କରି ସମସ୍ତେ ଚୁପ। ପୁରୀରେ କଣ କରିବେ ସେକଥା ନ କହି ଭଙ୍ଗାରୁଜା ଆରମ୍ଭ କରିଦେଲେଣି। ବିଧାନସଭାରେ ଏ ନେଇ କିଛି କହିଲେନି। ଏବେ ନବକଳେବର ଆଳରେ ପୁରୁଣା ଐତିହାସିକ କୀର୍ତିରାଜି ନଷ୍ଟ କରିଦେବାକୁ ଷଡଯନ୍ତ୍ର ଆରମ୍ଭ ହୋଇଗଲାଣି। ନା ପୁରୀ ଲୋକ ଜାଣିପାରୁଛନ୍ତି ନା ରାଜ୍ୟବାସୀ। ସବୁଠାରୁ ଆଲୋଡନ କରୁଥିବା କଥା ହେଲା, ସରକାର ନ୍ୟାୟମୂର୍ତି ବି ପି ଦାସ କମିଶନଙ୍କୁ ତାଙ୍କ କାମ ସାରିବାକୁ ବି ଦେଲେନି। କମିଶନ କଣ ସୁପାରିଶ କରିଛନ୍ତି ସେ କଥା ବ କହିଲେନି। ଅଥଚ ତାଙ୍କ ରିପୋର୍ଟ କାର୍ଯ୍ୟକାରୀ କରାଯାଉଥିବା କୁହାଯାଉଛି। ସେହିଭଳି ଯେଉଁ ଅଧିକାରୀଙ୍କୁ ନବକଳେବର ବେଳେ କାଢ଼ିଥିଲେ , ସରକାର ଅପଦସ୍ତ ହୋଇଥିଲେ, ସେ ପୁଣି ମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ କେମିତି ହେଲେ? ଏ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି। ଗୋଟିଏ ପଟେ ବିଜେଡି ଭିତରେ ଅସନ୍ତୋଷ କୁହୁଳୁଥିବା ବେଳେ ଅନ୍ୟପଟେ କାଳିଆ ଯୋଜନା ନେଇ ପ୍ରତିକ୍ରିୟା ଓ ଏଭଳି ନିଷ୍ପତି ବଡଧରଣର ବିଦ୍ରୋହ ପାଇଁ ଦାନା ଯୋଗାଉଥିବା ଚର୍ଚ୍ଚା ହେଲାଣି। ଏ ସବୁ କାହା ଇଙ୍ଗିତରେ ହେଉଛି, ତାହା ଏବେ ରାଜ୍ୟବାସୀଙ୍କ ସାମ୍ନାରେ ବଡ ପ୍ରଶ୍ନ ଭାବେ ଉଭା ହେଲାଣି।

Leave A Reply

Your email address will not be published.